
ନୂଆଦିଲ୍ଲୀ, ୨୧/୦୬/୨୧ (ଜିଲ୍ଲା ଖବର) : ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଯୋଗ ଦିବସ ପୂର୍ବରୁ ହିଁ ତାଙ୍କ ବାପା, ମା’ ଯୋଗ କରୁଥିବାର ଫଟୋ ସେୟାର କରିଥିଲେ । ଏହି ଫଟୋ ସେୟାର କରିବା ସହିତ, ସେ ଯୋଗର କାହାଣୀ ମଧ୍ୟ ସେୟାର କରିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ତଙ୍କ ମା’ଙ୍କୁ ହାର୍ଟ ସର୍ଜରୀ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା । କିନ୍ତୁ ସେ ଏହି ନିଷ୍ପତି ନେଇଥିଲେ ଯେ,ସେ ମା’ଙ୍କ ଚିକିସ୍ବା ଯୋଗ ମାଧ୍ୟମରେ କରିବେ ।
ପୋଷ୍ଟ ସେୟାର କରି କଙ୍ଗନା ଲେଖିଛନ୍ତି ଯେ,’ସମସ୍ତେ ଜାଣନ୍ତି କି ମୁଁ କେବେ ଆଉ କେମିତି ଯୋଗ ଆରମ୍ଭ କରିଛି । କିନ୍ତୁ ହୁଏତ ସମସ୍ତେ ଏକଥା ଜାଣି ନଥିବେ ଯେ, ମୁଁ ମୋର ପୁରା ପରିବାରକୁ କେମିତି ଯୋଗ ଶିଖାଇଛି ।
କେହି କେହି ବିରୋଧ କରିଥିଲେ, କେହିକେହି ସମୟ ମାଗିଥିଲେ । କିଛି ବର୍ଷ ପୂର୍ବରୁ ମା’ଙ୍କୁ ମଧୁମେହ,ଥାଇରଏଡ୍ ଏବଂ ହାଇ ଲେବୁଲ କୋଲେଷ୍ଟ୍ରଲ ହୋଇଥିଲା । ଡାକ୍ତର କହିଥିଲେ, ଆମକୁ ତାଙ୍କର ହାର୍ଟ ସର୍ଜରୀ କରିବା ଜରୁରୀ ଅଛି । କାହିଁକି ନାଁ, ହାର୍ଟ ବ୍ଲକେଜ୍ ହେବାର ସମ୍ଭାବନା ଥିଲା । ମୁଁ ମା’ଙ୍କୁ କାନ୍ଦି କାନ୍ଦି ତାଙ୍କ ଜୀବନର ୨ମାସ ଦେବାକୁ କହିଥିଲି । କାରଣ ମୁଁ ଚାହୁଁନଥିଲି ତାଙ୍କର ଓପନ ହାର୍ଟ ସର୍ଜରୀ ହେଉ ବୋଲି । ମୋ ମା’ ମୋ ଉପରେ ଭରୋଷା କରିଥିଲେ । ଆଉ ଶେଷରେ ମୁଁ ମୋ ପ୍ରଚେଷ୍ଟାରେ ସଫଳ ମଧ୍ୟ ହୋଇଥିଲି । ଆଜି କୌଣସି ଔଷଧ ଖାଇବାକୁ ପଡୁନାହିଁ ମା’ଙ୍କୁ । ତାଙ୍କଠାରେ କୌଣସି ରୋଗ ନାହିଁ । ସେ ସମସ୍ତଙ୍କ ଠାରୁ ସୁସ୍ଥ ଏବଂ ଫିଟ୍ । ଅଧିକା କାମ ହେତୁ ବାପାଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଆଉ ମତେ ସେତେବେଳେ ସୁବର୍ଣ୍ଣ ସୁଯୋଗ ମିଳି ଯାଇଥିଲା, ବାପାଙ୍କୁ ଯୋଗାଭ୍ୟାସ କରାଇବା ପାଇଁ । ସେ ଏବେ ମଧ୍ୟ ଜଗିଂ କରୁଛନ୍ତି । ସତରେ ଆଜି ମୁଁ ଗର୍ବରେ କହିପାରିବି ଯେ, ମୁଁ ମୋ ପରିବାରକୁ ଯେଉଁ ସବୁଠାରୁ ବଡ ଉପହାର ଦେଇଛି ତାହା ହେଉଛି ଯୋଗ ‘ ।
ଏକ ହସଖୁସିର ପରିବାର ଏମିତି ସେମିତି ମିଳେ ନାହିଁ । ତା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ । ପ୍ରତିଦିନ ସକାଳେ ମୁଁ ତାଙ୍କୁ ଫୋନ କରେ, ଆଉ ପଚାରେ ଯୋଗ କରିଛ ? ଯୋଗକୁ ନେଇ ତାଙ୍କ ପରିବାର ସୁସ୍ଥ ଅଛନ୍ତି ବୋଲି କୁହନ୍ତି କଙ୍ଗନା ରାଣାଓ୍ବତ ।


