
ନୂଆଦିଲ୍ଲୀ, ୨୧/୦୬/୨୧ (ଜିଲ୍ଲା ଖବର) : କାହାରି କିଛି କ୍ଷତି ନକରି ଗୋଟିଏ ଷ୍ଟେସନ ରୁ ଆଉ ଗୋଟିଏ ଷ୍ଟେସନ ଯାତ୍ରା କରିଛି ମାଙ୍କଡ଼। ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ନୂଆଦିଲ୍ଲୀ ଅକ୍ଷରଧାମ ଷ୍ଟେସନ ରେ ମାଙ୍କଡ଼ ଟି ଖେଳୁଥିବା ସମୟରେ ମେଟ୍ରୋ ଭିତରକୁ ପଶି ଆସିଥିଲା। ପରେ ଗେଟ ବନ୍ଦ ହୋଇଯିବରୁ ସେ ବାହାରକୁ ଯାଇ ପାରିନଥିଲା।
ପ୍ରଥମେ ଲୋକମାନେ ମାଙ୍କଡ଼ ଟିକୁ ଦେଖି ଭୟ କରିଥିଲେ। କାଳେ କାମୁଡ଼ି ଦେବ ସେହି ଭୟରେ କେହି ତା ପାଖକୁ ଯାଇ ନଥିଲେ। ହେଲେ ମାଙ୍କଡ଼ଟି ଶେଷରେ ଜଣେ ଯାତ୍ରୀ ଙ୍କ ପାଖରେ ଯାଇ ଶାନ୍ତ ହୋଇ ବସି ପଡିଥିଲା। ପରବର୍ତ୍ତୀ ଷ୍ଟେସନ ଯମୁନା ବ୍ୟାଙ୍କ ଠରେ ସିଏ ବାହାରକୁ ବାହାରି ଯାଇଥିଲା ।


