Wednesday, November 11, 2026
Home ଆଞ୍ଚଳିକ ବାପାଙ୍କୁ କ୍ଷମା ମାଗିଲେ ରିୟା ଚକ୍ରବର୍ତ୍ତୀ

ବାପାଙ୍କୁ କ୍ଷମା ମାଗିଲେ ରିୟା ଚକ୍ରବର୍ତ୍ତୀ

8

ନୂଆଦିଲ୍ଲୀ, ୨୧/୦୬/୨୧ (ଜିଲ୍ଲା ଖବର) : ଗତକାଲି ଯାଇଛି ଫାଦର୍ସ ଡେ’ । ଏହି ଅବସରରେ ସବୁ ପିଲା ମାନେ ନିଜ ବାପା ମାନଙ୍କୁ ନିଜ ନିଜ ଢଙ୍ଗରେ ଖୁସି କରାଇଛନ୍ତି । ତେବେ ଏହି ଖାସ ଦିନରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପାଙ୍କ ସହିତ ଫଟୋ ସେୟାର କରି, ତାଙ୍କ ସହ ବିତାଇଥିବା ଖୁସିର ମୁହୂର୍ତ୍ତକୁ ମନେ ପକାଇଛନ୍ତି । ସେ ସେୟାର କରିଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଫାଦର୍ସ ଡେ’ରେ ସେ ତାଙ୍କ ପିତାଙ୍କ ପାଇଁ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । କେବଳ ଏତିକି ନୁହେଁ, ଏହା ମାଧ୍ୟମରେ ସେ କ୍ଷମା ମଧ୍ୟ ମାଗିଛନ୍ତି ।

ରିୟା ତାଙ୍କ ବାପାଙ୍କ ସହିତ ପିଲାବେଳର ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ ମୋ  ବାପାଙ୍କୁ ହାପି ଫାଦର୍ସ ଡେ’ । ଆପଣ ହେଉଛନ୍ତି ମୋ ସହନଶକ୍ତି । ଆପଣ ମୋ ପ୍ରେରଣା । ମତେ କ୍ଷମା କରିବ, ସମୟ ଏବେ ଟିକେ କଠିନ ସମୟ ଚାଲିଛି । କିନ୍ତୁ ମୁଁ ଆପଣଙ୍କର ଝିଅ ହୋଇଥିବାରୁ ମୁଁ ବହୁତ ଗର୍ବିତ । ମୋ ଶକ୍ତଶାଳୀ ବାପା ।