Saturday, November 14, 2026
Home ଆଞ୍ଚଳିକ ସତରେ କ’ଣ ଅଭିନୟ ଛାଡିବେ ଅନିତା ହସନନ୍ଦାନୀ ?

ସତରେ କ’ଣ ଅଭିନୟ ଛାଡିବେ ଅନିତା ହସନନ୍ଦାନୀ ?

19

ନୂଆଦିଲ୍ଲୀ,୨୧/୦୬/୨୧ (ଜିଲ୍ଲା ଖବର) : ଟେଲି ଦୁନିଆଁର ଚୁଲବୁଲି ଜଣାଶୁଣା ନାୟିକା ଅନିତା ହସନନ୍ଦାନୀ, ଅନେକ ହିଟ ଟିଭି ଶୋ’ରେ କାମ କରିଛନ୍ତି । ସେ ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ନିଭାଇବାକୁ ଚେଷ୍ଟା କରିଥାନ୍ତି । ନିଜ ଅଭିନୟ ମାଧ୍ୟମରେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଛୋଟ ପରଦାରେ କେତେବେଳେ ସେ ସକରାତ୍ମକ ଚରିତ୍ରରେ ନଜର ଆସନ୍ତି ତ, ପୁଣି କେତେବେଳେ ଖଳନାୟିକା । ହେଲେ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ, ଅନିତା ସବୁଦିନ ପାଇଁ ଛୋଟ ପରଦାକୁ ଅଲବିଦା କରି ପାରନ୍ତି । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବେଶ ଆଶ୍ଚର୍ଯ୍ୟ କରିଥିଲା । ଫ୍ୟାନ୍ସମାନେ ଜାଣିବାକୁ ଚାହୁଁଥିଲେ ଯେ, କ’ଣ ସତରେ ଅନିତା ଅଭିନୟ ଛାଡି ଦେବେ ?

ହେଲେ ଏବେ ଏସବୁ କଥାକୁ ପ୍ରତ୍ୟାଖାନ କରି ଅନିତା କହିଛନ୍ତି ଯେ, ସେ ଇଣ୍ଡଷ୍ଟ୍ରି ଛାଡିବାର ମୁଡରେ ନାହାଁନ୍ତି । ସେ ଖୁବ୍ ଶୀଘ୍ର ଫେରିବେ । ଏହାର ଖୁଲାସା ନିଜେ ତାଙ୍କ ସ୍ବାମୀ ରୋହିତ ରେଡ୍ଡି କରିଛନ୍ତି ।

ପ୍ରକାଶ ଥାଉକି, ଚଳିତ ବର୍ଷ ଅନିତା ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି । ପୁତ୍ର ସନ୍ତାନର ନାଁ ରଖିଛନ୍ତି ‘ଆରବ’ । ଆରବ ଜନ୍ମହେବା ପରେ, ଏବେ ଦୁହେଁ  ଆରବ ସହିତ ସମୟ ବିତାଉଛନ୍ତି  । ନିଜ ପୁଅ ସହିତ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ଗତ କିଛି ଦିନ ପୂର୍ବରୁ ଏମିତି ଖବର ଆସୁଥିଲା, କି ମା’ ହେବା ପରେ ଅନିତା ଆଉ ଟିଭି ପରଦାକୁ ଫେରିବେ ନାହିଁ । ତାଙ୍କ ସ୍ବାମୀ ରୋହିତ ରେଡ୍ଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ଅନିତା ଏବେ କେବଳ ମଦରହୁଡ ଏନଜଏ କରୁଛନ୍ତି । ସେ ପୁଅ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି । ସେ ଆମ ପୁଅକୁ ସବୁଠାରୁ ଭଲ ବାପା, ମା’ର ଅନୁଭବ ଦେବାକୁ ଚାହୁଁଛନ୍ତି ।

ଆଗକୁ ସେ କହିଛନ୍ତି ଯେ ‘ ଏବେ ସେ ଘରେ ବ୍ୟସ୍ତ ଅଛନ୍ତି । ସେ ପୁଣି ଟିଭି ପରଦାକୁ ଫେରିବେ । କିନ୍ତୁ ଏଥିପାଇଁ କିଛି ସମୟ ଲାଗିବ । ଚଳିତ ବର୍ଷ ନିଶ୍ଚିନ୍ତ ରୂପେ ନୁହେଁ । ଅନ୍ୟପଟେ ଅନିତା କହିଛନ୍ତି ଯେ, ‘ ମୁଁ ଜାଣିନି ମୁଁ  କେବେ ଟିଭି ବା ଫିଲ୍ମ ଦୁନିଆଁକୁ ଫେରିବି । ଏବେ ଆରବ ଉପରେ ମୋର ପୁରା ଧ୍ୟାନ ରହିଛି । ଏବେ ମୋର ପ୍ରଥମ ପ୍ରାଥମିକତା ହେଉଛି ଆରବ । ଯେତେବେଳେ ମୁଁ ଠିକ୍ ବୋଲି ଭାବିବି, ସେତେବେଳେ ମୁଁ ପୁଣି ପରଦାକୁ ଫେରିବି ।