Monday, November 16, 2026
Home ଆଞ୍ଚଳିକ କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ଆତଙ୍କୀ ନିହତ

କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ଆତଙ୍କୀ ନିହତ

11

ନୂଆଦିଲ୍ଲୀ ,୨୧/୦୬/୨୧ (ଜିଲ୍ଲା ଖବର) : ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନକୁ ବଡ଼ ସଫଳତା ମିଳିଛି । ୩ ଆତଙ୍କବାଦୀ ନିପାତ। ଏହି ଏନକାଉଣ୍ଟରରେ ଲସ୍କର-ଏ-ତଏବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି ।

ଜମ୍ମୁ-କଶ୍ମୀରର ସୋପରରେ ରବିବାର ବିଳମ୍ବିତ ରାତିରୁ ଚାଲିଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି।  ସେ ଦୀର୍ଘ ଦିନ ହେଲା ସୁକ୍ଷାକର୍ମୀଙ୍କ ୱାଣ୍ଟେଡ ତାଲିକାରେ ରହିଥିଲା।

ସୂଚନା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ସୋପର ଅନ୍ତର୍ଗତ ଗୁଣ୍ଡ ବ୍ରଥଠାରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ମାତ୍ରେ ସୁରକ୍ଷାକର୍ମୀମାନେ ରବିବାର ବିଳମ୍ବିତ ରାତିରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଏନେଇ ଜାମ୍ମୁ କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ, ନିକଟରେ ୩ ଜଣ ପୋଲିସ କର୍ମଚାରୀ, ୨ ଜଣ ପାର୍ଷଦ ଓ ୨ ଜଣ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡରେ ଲସ୍କର-ଏ-ତଏବାର କମାଣ୍ଡର ମୁଦାସିର ସାମିଲ ଥିଲା ।