Saturday, October 10, 2026
Home ଅପରାଧ ବିଚ୍ ରାସ୍ତାରେ ଅମିନଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ

ବିଚ୍ ରାସ୍ତାରେ ଅମିନଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ

7

ଗଞ୍ଜାମ,୨୧/୦୬/୨୧ (ଜିଲ୍ଲା ଖବର) :   ଅମିନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ନେତାଜୀ ସାହିରେ ଏହି ଘଟଣାଟି ଘଟିଛି l ଜଣେ କାର୍ଯାରତ ଅମିନଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଜଣେ ବ୍ୟକ୍ତି l ଗୁରୁତର ଅବସ୍ଥାରେ ଅମିନଙ୍କୁ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି  l ଅମିନ ଜଣଙ୍କ ହେଲେ ସୋରଡ଼ା ତହସିଲ ଅନ୍ତର୍ଗତ ଅସୁରବନ୍ଧ ସର୍କିଲର କାର୍ଯ୍ୟରତ ବାଗାତି ଅର୍ଜୁନ l

ସୂଚନାନୁସାରେ, ଅମିନ ଜଣଙ୍କ ତହସିଲ କାର୍ଯ୍ୟାଳୟ କ୍ଵାଟରରୁ ବାହାରି ବଜାରକୁ ଶାଗ କିଣିବାକୁ ଯାଉଥିଲେ । ଏତିକି ବେଳେ କିଛି ବୁଝିବା ଆଗରୁ ଜଣେ ବ୍ୟକ୍ତି  ଆସି ଏକ ଧାରୁଆ ଅସ୍ତ୍ରରେ ଅମିନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଆଖ ପାଖରେ ଥିବା ଲୋକମାନେ ଆକ୍ରମଣକାରୀକୁ କୌଶଳ କ୍ରମେ କାବୁ କରି ପୋଲିସରେ ଜିମା ଦେଇଥିଲେ । ଏହା ସହ ଗୁରୁତର ଅମିନ ବାଗାତି ଅର୍ଜୁନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୋରଡ଼ାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l

ପୋଲିସ ଦ୍ୱାରା ଅଟକ ଥିବା ବ୍ୟକ୍ତି ଜଣଙ୍କ ଖଜୁରୀପଲି ଗ୍ରାମର କାହ୍ନୁ ଚରଣ ପଟ୍ଟନାୟକ ବୋଲି ଜଣାପଡ଼ିଛି । ତା ନିକଟରୁ ଏକ ଧାରୁଆ ଅସ୍ତ୍ର କାତି ଓ ତେଣ୍ଟା ଜବତ ହୋଇଛି । ତେବେ ଆକ୍ରମଣର କାରଣ ଜଣାପଡିନଥିବାବେଳେ ଏନେଇ ଖୋଳତାଡ କରୁଛି ପୋଲିସ  ।