Wednesday, November 11, 2026
Home ଆଞ୍ଚଳିକ ଆଜିଠୁ ସିଧାସଳଖ ଲୋକେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ

ଆଜିଠୁ ସିଧାସଳଖ ଲୋକେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ

9

୨୧/୦୬/୨୧ (ଜିଲ୍ଲା ଖବର) : ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ । ଆଜିଠୁ ସିଧାସଳଖ ଲୋକେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ । ଦିନକୁ ୩ ଲକ୍ଷ ଟିକା ଦେବା ପାଇଁ ଟାର୍ଗେଟ ରଖାଯାଇଛି । ଟିକାରକରଣ ପାଇଁ ୨ ହଜାର କେନ୍ଦ୍ରରେ ଟିକା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ।

ଏଥର ଗ୍ରାମାଞ୍ଚଳ ଉପରେ  ଅଧିକ ଫୋକସ ରହିବ । ପଂଚାୟତ ଓ ବ୍ଲକ ସ୍ତରରେ ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରାଯାଇଛି ।  ପ୍ରତି ବ୍ଳକରେ ୫ କେନ୍ଦ୍ର ଓ ଏନଏସିରେ ୫ କେନ୍ଦ୍ର କରାଯାଇଛି ।  ଏହାସହ ପୌର ପରିଷଦମାନଙ୍କରେ ୧୦ ଓ ମହାନଗର ନିଗମ ମାନଙ୍କରେ ୨୦ କେନ୍ଦ୍ରରେ ଟିକାଦାନ କରାଯାଇଛି । 

ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା କରାଯାଇଛି। ବର୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୭ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ୨୨ ପ୍ରତିଶତ ଲୋକ ଟିକା ନେଇଥିବା ବେଳେ ରାଜ୍ୟରେ ଏବେ ୧୦ ଲକ୍ଷ କୋଭିସିଲ୍ଡ ଟିକା, ୪ ଲକ୍ଷ କୋଭାକ୍ସିନ୍ ଟିକା ମହଜୁଦ ଅଛି । ସେପଟେ ଟିକାକରଣକୁ ଭୟ କରୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଯୋଜନା କରିଛନ୍ତି ସରକାର ।