Saturday, November 14, 2026
Home ଆଞ୍ଚଳିକ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ

17

୨୧/୦୬/୨୧ (ଜିଲ୍ଲା ଖବର) :  ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସ।ଦେଶ କରୋନା ମହାମାରୀକୁ ମୁକାବିଲା କରୁଥିବା ବେଳେ ଯୋଗ ଆଶାର କିରଣ ହୋଇଛି । ପ୍ରତ୍ୟକ ବ୍ୟକ୍ତି ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି ଯୋଗ କରିବା ପାଇଁ। ଆଜି ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି ।

ଯଦିଓ ବଡ଼ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇପାରି ନାହିଁ, ତଥାପି ଉତ୍ସାହ କମ ହୋଇ ନାହିଁ । ଯୋଗ ଦିବସର ଥୀମ ‘ଯୋଗ ଫର ୱେଲନେସ୍‌’ ଏହି ଉତ୍ସାହକୁ ଆହୁରି ବଢ଼ାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।ଯୋଗ ହେଉଛି ଭାରତ ବର୍ଷର ଏକ ମହାନ ପୁରାତନ ସଂସ୍କୃତି ବା ବିଦ୍ୟା। ଏହା ମୁନିଋଷି ମାନଙ୍କ ଦ୍ଵାରା ଆବିସ୍କୃତ, ପରୀକ୍ଷିତ ଓ ପ୍ରଚାରିତ। ଯୋଗର ପ୍ରକାରଭେଦ ଅନେକ ଅଛି ଯଥା- ଜ୍ଞାନଯୋଗ, ଭକ୍ତିଯୋଗ, କର୍ମଯୋଗ ଓ ରାଜଯୋଗ।

ମୋଟାମୋଟି ଭାବରେ ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଜୀବନ ଦର୍ଶନ ଓ ଏକ ସମ୍ପୁର୍ଣ୍ଣ ଚିକିତ୍ସା ପଦ୍ଧତି ଅଟେ। ସେଥିପାଇଁଆଜି ସାରା ବିଶ୍ଵରେ ଜୁନ ୨୧ ତାରିଖକୁ ବିଶ୍ଵ ଯୋଗ ଦିବସ ଭାବରେ ପାଳନ କରାଯାଉଛି। ମିଳିତ ଜାତିସଂଘର ୬୯ତମ ଅଧୀବେଶନରେ ୨୭ ସେପ୍ଟେମ୍ବର ୨୦୧୪ ମସିହାରେ ୧୭୦ଟି ଦେଶର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ମାତ୍ର ୨ ମିନିଟ୍ ପାଇଁ ଯୋଗ ବିଷୟରେ କହିବାର ସୁଯୋଗ ପାଇ ଏକ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ଏକ ନିର୍ଧିଷ୍ଟ ତାରିଖ ଘୋଷଣା କରିବା ପାଈଁ ଅନୁରୋଧ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୧ ଡିସେମ୍ବର୍ ୨୦୧୪ ମସିହାରେ ସେ ମିଳିତ ଜାତିସଂଘରେ ୧୯୩ଟି ଦେଶର ପ୍ରତିନିଥି ଉପସ୍ଥିତ ଥାଇ ଜୁନ୍ ୨୧ ତାରିଖକୁ ଯୋଗ ଦିବସ ଭାବରେ ଅନୁମୋଦନ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥି ମଧ୍ୟରୁ ୧୭୭ଟି ଦେଶ ଏହାକୁ ସ୍ୱିକୃତି ଦେଇଥିଲେ। ଯଦ୍ୱାରା କି ୨୦୧୫ ମସିହା ଠାରୁ ଜୁନ ୨୧ କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଉଛି।