
୨୧/୦୬/୨୧ (ଜିଲ୍ଲା ଖବର) : ଆଜି ସମଗ୍ର ବିଶ୍ୱରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ସାଢ଼େ ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଚଳିତ ବର୍ଷ ଯୋଗର ଥୀମ ‘ଯୋଗ ଫର ୱେଲନେଓ’ ରଖାଯାଇଛି। ଯାହାକି ଶାରୀରିକ ଓ ମାନସିକ କଲ୍ୟାଣ ପାଇଁ ଯୋଗର ଅଭ୍ୟାସ କରିବାକୁ ଫୋକସ କରୁଛି । ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ସମ୍ୱୋଧନ କରିବା ସହ ସମସ୍ତେ ଯୋଗ କରିବାକୁ କହିଛନ୍ତି। ଯୋଗ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଦେହ ସୁସ୍ଥ ରହେ, ମନ ସୁସ୍ଥ ରହେ।
କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଯୋଗଦିବସ ଭର୍ଚୁଆଲ ମାଧ୍ୟମରେ ଆୟୋଜନ ହୋଇଛି । ଆମେରିକାର ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କ୍ୱାୟରରେ ଯୋଗ ଦିବସ ପାଳନ ହୋଇଛି । ଏଥିରେ ୩୦୦୦ ଲୋକ ସାମିଲ ହୋଇଛନ୍ତି । ଯୋଗ କାର୍ଯ୍ୟକ୍ରମରେ ଯୁବପୀଢ଼ିଙ୍କ ସମେତ ବରିଷ୍ଠ ନାଗରିକମାନେ ମଧ୍ୟ ଉତ୍ସାହର ସହିତ ସାମିଲ ହୋଇଥିଲେ । ରବିବାର ଦିନ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଆଜି ବିଭିନ୍ନ ସ୍ଥାନରେ ଯୋଗ ଅଭ୍ୟାସ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି।


