Tuesday, October 20, 2026
Home ଆଞ୍ଚଳିକ ବିଶ୍ୱବ୍ୟାପୀ ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବିଶ୍ୱବ୍ୟାପୀ ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

6

ନୂଆଦିଲ୍ଲୀ,୨୧/୦୬/୨୧ (ଜିଲ୍ଲା ଖବର) : ଆଜି ବିଶ୍ୱବ୍ୟାପୀ ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ବିଭିନ୍ନ ସ୍ଥାନରେ ଯୋଗ ଦିବସରେ ଯୋଗ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। 

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରେ ଯୋଗଗୁରୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଉତ୍ତରାଖଣ୍ଡର ହରିଦ୍ୱାରରେ ନିରାମୟ ଯୋଗରାମ ଗାଁରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ୧୮ ହଜାର ଫୁଟ ଉଚ୍ଚତାରେ ITBP କର୍ମଚାରୀମାନେ ଯୋଗ କରୁଥିବା ଦେଖିବାକୁ ମିଳିଛି। ଭାରତ-ତିବ୍ଦତୀୟ ସୀମା ପୋଲିସ କର୍ମଚାରୀମାନେ ମଧ୍ୟ  ଯୋଗ କରୁତିବା ଦେଖିବାକୁ ମିଳିଛି। 

ଯୋଗ ଉଭୟ ଶରୀର ଓ ମନକୁ ଭଲ ରଖିଥାଏ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରେ ଆଜି ଦିଲ୍ଲୀର ‘ମୋରାରଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଯୋଗ’ରେ ସକାଳ ସାଢ଼େ ୬ଟାରେ ଯୋଗ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।