
ଭୁବନେଶ୍ୱର,୨୧/୦୬/୨୧ (ଜିଲ୍ଲା ଖବର) : ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି । ଆଜି ବି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୬୩୩କୁ ବୃଦ୍ଧି ପାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ମାମଲା କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଯାହାକୁ ନେଇ ରାଜ୍ୟବାସୀ ଚିନ୍ତା ପ୍ରକଟ କରୁଛନ୍ତି।


