Monday, November 16, 2026
Home ଆଞ୍ଚଳିକ ଆଇଆଇଟିର ଟିକାକରଣ ପ୍ରକ୍ରିୟା

ଆଇଆଇଟିର ଟିକାକରଣ ପ୍ରକ୍ରିୟା

35

ଜଟଣୀ,୨୦/୬(ଜିଲ୍ଲା ଖବର): କେନ୍ଦ୍ରୀୟ ଶିକ୍ଷାସଂସ୍ଥାନ ଆଇଆଇଟିର ଟିକାକରଣ ପ୍ରକ୍ରିୟା ତିନୋଟି ପର୍ଯ୍ୟାୟରେ ତ୍ୱରାନିତ ହୋଇଛି । ମହାମାରୀ କରୋନା ସଂକ୍ରମଣରୁ ସୁରକ୍ଷାଲାଗି ଅନୁଷ୍ଠାନର ଛାତ୍ରଛାତ୍ରୀ,ଫାକଲ୍ଟି,କର୍ମଚାରୀ,ଗୃହରକ୍ଷୀ ଓ ଅନ୍ୟାନ୍ୟ ମାନଙ୍କୁ ଏହି ଟିକାକରଣରେ ସାମିଲ କରାଯାଇଥିଲା । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ସହଯୋଗରେ ସ୍ଲଟ ମାଧ୍ୟମରେ ପଜିଂକୃତ କରାଯାଇ ଟିକାକରଣ କରାଯାଇଥିଲା । ଏନେଇ ଆଇଆଇଟି ନିର୍ଦ୍ଧେଶକ ପ୍ରଫେସର ଆରଭି ରାଜା କୁମାର କହିଛନ୍ତି ଯେ, ମହାମାରୀ କରୋନା ସଂକ୍ରମଣରେ ସାରାବିଶ୍ୱ ଛଟପଟ ହେଉଥିବା ବେଳେ ଆଇଆଇଟିକୁ ସୁରକ୍ଷା ଦେବା ଦୃଷ୍ଟିରେ ଟିକାକରଣ କରାଯାଇଥିଲା । ଏଥି ସହିତ ଯେଉଁମାନେ ସୁରକ୍ଷୀତଭାବେ ଘରେ ରହିଛନ୍ତି ସେମାନେ ମଧ୍ୟ ଟିକା ନିଅନ୍ତୁ ଏବଂ ନିଜକୁ ସୁରକ୍ଷୀତ କରନ୍ତୁ । ଗତ ୨୦୨୦ ମସିହାର ମହାମାରୀ କୋଭିଡରେ ୫ଜଣ ଆକ୍ରାନ୍ତ ହେବା ଘଟଣାକୁ ନେଇ ଆଇଆଇଟି ସମ୍ପୁର୍ଣ୍ଣ ସତର୍କତା ଅବଲମ୍ବନ କରିଛି । ଏଥି ସହିତ ସରକାରଙ୍କ ସମସ୍ତ ଗାଇଡଲାଇନକୁ ଆଇଆଇଟି ଭୂବନେଶ୍ୱରର ଜଟଣୀ କ୍ୟାମ୍ପସ ବିଧିବଦ୍ଧଭାବେ ପାଳନ କରିଆସୁଛି ।

ରିପୋର୍ଟ, ସଞ୍ଜୀବ କୁମାର ।