Tuesday, October 13, 2026
Home ଆଞ୍ଚଳିକ ଆସନ୍ତା କାଲି ଠାରୁ ସମଗ୍ର କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ୧୮ ବର୍ଷରୁ...

ଆସନ୍ତା କାଲି ଠାରୁ ସମଗ୍ର କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ମାନଙ୍କୁ ଟୀକାକରଣ କରାଯିବ ସ୍ୱାସ୍ଥ୍ୟ ବିଭାଗ

14

ବାଲିଗୁଡ଼ା,୨୦/୬{ ସୁକାନ୍ତ କୁମାର ତ୍ରିପାଠୀ } : ଏତଦ୍ଵାରା କନ୍ଧମାଳ ର ସମସ୍ତ ଜନ ସାଧାରଣ ଙ୍କ ଅବଗତି ନିମନ୍ତେ ଜଣେଇ ଦିଆ ଯାଉଛି ଯେ, ଆସନ୍ତା କାଲି ଠାରୁ ସମଗ୍ର ଜିଲ୍ଲା ରେ ଯଥା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ୧୮ ବର୍ଷ ରୁ ଊର୍ଦ୍ଧ୍ବ ବ୍ୟକ୍ତି ମାନଙ୍କୁ Covishield ଟୀକାକରଣ କରା ଯିବ। ସେମାନେ Cowin ପୋର୍ଟାଲ୍ ରେ ନିଜ ନାମକୁ ପଞ୍ଜିକରଣ କରାଇ ସ୍ଥାନ ଓ ସମୟ ସ୍ଥିରୀକୃତ କରି ପାରିବେ। ଯଦି ପଞ୍ଜିକରଣ କରିବାରେ ଅସୁବିଧା ହୁଏ, ତେବେ ଟିକା କରଣ ସ୍ଥଳ ରେ ନିଜର ପରିଚୟ ପତ୍ର ନେଇକି ଟୀକା ନେଇ ପାରିବେ। ଟୀକା ର ଗଛିତ ପରିମାଣ ଓ ଟୀକାକରଣ ର ସ୍ଥାନ ଜାଣିବା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ କିମ୍ବା ମହିଳା ସ୍ବାସ୍ଥ୍ୟ କର୍ମୀ ଙ୍କ ସହ ଯୋଗାଯୋଗ କରନ୍ତୁ। ଏହି ଟୀକାକରଣ ଆଗକୁ ଚାଲୁ ରହିବ, ସେଥିପାଇଁ ଗହଳି ନ କରି ଏହି କାର୍ଯ୍ୟକ୍ରମ କୁ ସହାୟତା କରିବାକୁ ବିଶେଷ ଅନୁରୋଧ। ଆପଣ ସୁସ୍ଥ ରହିଲେ, ଜିଲ୍ଲା ସୁସ୍ଥ ରହିବ।
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, କନ୍ଧମାଳ ।