
ବାଲିଗୁଡା, ୨୦/୦୬/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ରେ ବି କରୋନା କାୟା ବିସ୍ତାର କରିଚାଲିଛି ତେଣୁ ରାଜ୍ୟ ସରକାର ଯାନବାହାନ ବନ୍ଦ କରିଛନ୍ତି |
ତେଣୁ ସମସ୍ତ ଛାତ୍ରଛାତ୍ରୀ, ଓ ଜନସାଧାରଣ ତହସିଲ କାର୍ଯ୍ୟାଳୟ ଆସିପାରୁନାହାନ୍ତି ତାହାକୁ ଆଖିଆଗରେ ରଖି ଗତକାଲି ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର ରାଜସ୍ୱ ରଥ ସାହାଯ୍ୟରେ ନିଜେ ଘରକୁ ଘର ଯାଇ ଜନସାଧାରଣ ଙ୍କ ସମସ୍ୟା କୁ ଭୁଝିବା ସହ ଯାହାର ଯେଉଁ ପ୍ରମାଣ ପତ୍ର ଆବେଦନ କରିଥିଲେ ତାହା ତାଙ୍କୁ ପ୍ରଦାନ କରିବା ସହ ଘରୁ ବାହାରକୁ ବାହାରନ୍ତୁ ନାହିଁ |
ମାସ୍କ ପିନ୍ଧିବା ସହ ସବୁବେଳେ ସାବୁନ ରେ ହାତ ଧୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ I
ଏହି କାର୍ଯ୍ୟ କୁ ସ୍ଥାନୀୟ ବାସିନ୍ଦା ପ୍ରଂଶସା କରିଛନ୍ତି |






