
ଉତ୍ତରପ୍ରଦେଶ, ୨୦/୦୬/୨୧ (ଜିଲ୍ଲା ଖବର) : ଉତ୍ତରପ୍ରଦେଶ (ୟୁପି) ସରକାର ଜୁନ୍ 21 ରୁ ରାଜ୍ୟର ସମସ୍ତ 75 ଟି ଜିଲ୍ଲାରେ ରାତ୍ରି କରୋନା କର୍ଫ୍ୟୁରେ ଦୁଇ ଘଣ୍ଟା ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦୋକାନ, ବଜାର, ମଲ୍ ଏବଂ ରେଷ୍ଟୁରାଣ୍ଟ ସପ୍ତାହରେ ପାଞ୍ଚ ଦିନ ଖୋଲିବାକୁ ଅନୁମତି ମିଳିବ। ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଶନିବାର କରୋନା କର୍ଫ୍ୟୁ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନୀଶ କୁମାର ଆୱସ୍ତିଙ୍କ ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ବିଭାଗର ଦୈନିକ କରୋନା ରିପୋର୍ଟରେ ଚିକିତ୍ସିତ ହେଉଥିବା ମୋଟ ମାମଲା 500 ରୁ ଅଧିକ ହେଲେ କରୋନା କର୍ଫ୍ୟୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ରାଜ୍ୟ ସରକାର ଆଗରୁ 600 ରୁ ଅଧିକ ସଂକ୍ରମଣ ମାମଲା ହେଲେ କର୍ଫୁ କଡ଼ାକଡ଼ି ପାଇଁ ନିର୍ଦେଶ ଦେଇଥିଲେ ଏବେ ଏହାକୁ ଆହୁରି 100 କୁ ହ୍ରାସ କରାଯାଇଛି ।


