Friday, November 13, 2026
Home ଆଞ୍ଚଳିକ ଆଜିଠୁ ତେଲେଙ୍ଗାନାରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ, ଦୋକାନ ବଜାର ସହ ଖୋଲିବ ମଲ୍

ଆଜିଠୁ ତେଲେଙ୍ଗାନାରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ, ଦୋକାନ ବଜାର ସହ ଖୋଲିବ ମଲ୍

18

ନୂଆଦିଲ୍ଲୀ,୨୦/୦୬/୨୧ (ଜିଲ୍ଲା ଖବର) : ଆଜିଠୁ ତେଲେଙ୍ଗାନାରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୋକାନ ବଜାର ଖୋଲିବା ସହ ମଲ୍ ବି ଖୋଲା ରହିବ। ସେପଟେ ଜୁଲାଇ ୧ରୁ ସମସ୍ତ ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ୍ ଯିବା ସହ ପାଠପଢ଼ା ସ୍ବାଭାବିକ ହେବ। ସେହିପରି ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ବାକି ଥିବା ୟୁଜି, ପିଜି ପରୀକ୍ଷା ବି ହେବ।

ଏ ନେଇ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଅନଲକ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା।