Sunday, November 15, 2026
Home ଆଞ୍ଚଳିକ ସତ୍ୟନଗର ଶ୍ମଶାସନରେ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ

ସତ୍ୟନଗର ଶ୍ମଶାସନରେ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ

11

ଭୁବନେଶ୍ୱର, ୨୦/୦୬/୨୧ (ଜିଲ୍ଲା ଖବର) : କଣ୍ଠଶିଳ୍ପୀ ତପୁଙ୍କ ଦେହାନ୍ତ । ରାତି ୧୧ଟାରେ କଣ୍ଠଶିଳ୍ପୀ ତପୁଙ୍କ ଦେହାନ୍ତ ହୋଇଥିଲ। ଆଜି ଭୁବନେଶ୍ୱର ସତ୍ୟନଗର ଶ୍ମଶାସନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ECMO ପାଇଁ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି କହିଥିଲେ ଡାକ୍ତର । ତ।ଙ୍କର ଦିନକୁ ଦିନ ସ୍ୱାସ୍ଥାବସ୍ଥା ବିଗିଡିବ।ରେ ଲ।ଗିଥିଲ। ଗୁରତର ଅବସ୍ଥାରେ ମୃତ୍ୟୁ ଘଟିଛି । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ତପୁଙ୍କର ଅମ୍ଲଜାନ ସ୍ତର ବହୁତ କମି ଆସୁଥିବା କହିଥିଲେ ଡାକ୍ତର ।

ମେ ମାସ ୩୧ରେ ଅମ୍ଳ୍‌ଜାନ ସ୍ତର ଖସି ଆସିଥିବା ବେଳେ ତାଙ୍କୁ ସ୍ପର୍ଶ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିଛି ଦିନ ରହିବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା । କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ହୋଇ ସାରିଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଦିନକୁ ଦିନ ତାଙ୍କ ଅବସ୍ଥା ଗୁରତର ହୋଇପଡୁଥିବା କହିଥିଲେ ଡାକ୍ତର ।