
କୋରାପୁଟ, ୨୦/୦୬/୨୧ (ଜିଲ୍ଲା ଖବର) : ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଗଞ୍ଜେଇ ମାଫିଆଙ୍କୁ କାବୁ କଲା ପୋଲିସ। କୋରାପୁଟ ଜିଲ୍ଲା ନନ୍ଦପୁରର ପାଡ଼ୁଆ ଅଞ୍ଚଳରୁ ବିପୁଳ ପରମାଣର ଗଞ୍ଜେଇ ଜବତ ହୋଇଛି। ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସର ୭ ଜଣିଆ ଟିମ ବ୍ଲକ୍ ଅଫିସ ନିକଟରେ ନାକାବନ୍ଦୀ କରିଥିଲେ। ପାଡୁଆ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇଥିଲା ପୋଲିସ ।
ଗାଡି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । କିନ୍ତୁ ମୁଖ୍ୟ ଆସାମୀ ଅଭିଖିଲ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଭିତରକୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। କାର ଡିକିରୁ ୪ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଟାଙ୍ଗୀ ଅଞ୍ଚଳର ସାମଏଲ ଗେଞ୍ଜି , ନନ୍ଦପୁରର ସୁରେନ୍ଦ୍ର ମାଲି ଏବଂ ଜୟପୁର ଅଞ୍ଚଳର ପ୍ରଶାନ୍ତ ଖେମୁଣ୍ଡୁ।



