
ନୂଆଦିଲ୍ଲୀ,୨୦/୦୬/୨୧ (ଜିଲ୍ଲା ଖବର) : ଦେଶରେ କରୋନା ସଂକ୍ରମଣ ଦିନ କୁ ଦିନ କମିବ।ରେ ଲ।ଗିଛି । ଦୈନିକ ମୃତ୍ୟୁସଂଖ୍ୟା ବି ଧିରେ ଧିରେ କମୁଛି । ସେହିପରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ତଳକୁ ଖସିଛି ।
ମୃତ୍ୟୁସଂଖ୍ୟା ଦୁଇ ହଜାରରୁ କମ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୪୧୯ ନୂଆ ଆକ୍ରାନ୍ତ । ସେହିପରି ୮୧ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୬୦ହଜାର ତଳକୁ ହ୍ରାସ ପାଇଛି । ସେହିପରି ୨୪ ଘଣ୍ଟାରେ କରୋନା ନେଇଛି ଆଉ ୧୫ଶହ ୭୬ ଆକ୍ରାନ୍ତଙ୍କ ଜୀବନ ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ଲକ୍ଷ ୮୧ ହଜାରରୁ ଅଧିକ ରହିଛି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୮୬ହଜାର ୭୧୩କୁ ବୃଦ୍ଧି ପାଇଛି ।


