Thursday, November 12, 2026
Home ଆଞ୍ଚଳିକ ଆଉ ଶୁଣିବାକୁ ମିଳିବନି ତପୁ ମିଶ୍ରଙ୍କ ସ୍ୱର, ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଉ ଶୁଣିବାକୁ ମିଳିବନି ତପୁ ମିଶ୍ରଙ୍କ ସ୍ୱର, ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

12

ଭୁବନେଶ୍ୱର,୨୦/୦୬/୨୧ (ଜିଲ୍ଲା ଖବର) : ଆଉ ଶୁଣିବାକୁ ମିଳିବନି ତପୁ ମିଶ୍ରଙ୍କ ସ୍ୱର । ଶେଷରେ ଜୀବନଯୁଦ୍ଧରେ ହାରିଗଲେ ସୁନାମଧନ୍ୟ କଣ୍ଠଶିଳ୍ପୀ । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଫୁସ୍‌ଫୁସ୍ ସଂକ୍ରମଣ ଘଟି ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା। ଓ ଶେଷପେ ୩୬ ବର୍ଷ ବୟସରେ ତପୁଙ୍କ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ୧୦୦% ଅକ୍ସିଜେନ ସପୋର୍ଟରେ ରହିଥିଲେ ସୁଦ୍ଧା ତାଙ୍କ ଶରୀରରେ ଅମ୍ଲଜାନସ୍ତର ତଳକୁ ଖସି ଚାଲିଥିଲା। ତାଙ୍କ ବିୟୋଗରେ କଳା ଜଗତ ସହ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । 

ତପୁଙ୍କ ବିୟୋଗରେ ଶୋକର ଛାୟା ଖେଳିଥିବା ବେଳେ ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତପୁଙ୍କ ବିୟୋଗରେ ଓଡିଶା ଜଣେ ପ୍ରତିଭାସମ୍ପନ୍ନ ଗାୟିକାକୁ ହରାଇଲା, ତାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ବୋଲି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟକରି କହିଛନ୍ତି । ଏହାସହ ରାଜ୍ୟର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । 

ତପୁ ମିଶ୍ର ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଓଲିଉଡ୍ ସହ ଯୋଡ଼ି ହୋଇଥିଲେ। ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଓଡ଼ିଶାର ଆହୁରି ଅନେକ ପୁରସ୍କାର ସେ ପାଇଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ.. ଶାଶୁ ଘର ଚାଲିଯିବି, ‘ଆ ମାନେ ଆନନ୍ଦପୁରଟ୍ଟ’, ‘ଆଇ ଲଭ୍ ୟୁଟ୍ଟ’, ‘ଇସ୍କ ତୁ ହିଁ ତୁଟ୍ଟ’ ନୂଆ ନୂଆ ପ୍ରେମ, ଚକୋଲେଟ.. ଆଦି ଅନେକ ଗୀତ ଗାଇ ଲୋକଙ୍କ ହୃହୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ତପୁ ଚାଲିଯାଇଛନ୍ତି ସତ ହେଲେ ତାଙ୍କ ସୁମଧୁର ସ୍ବର ଓଡିଶାବାସୀ ସଵୁଦିନ ପାଇଁ ମନେ ରଖିବେ ।