Sunday, November 15, 2026
Home ଆଞ୍ଚଳିକ କେନ୍ଦ୍ର ସରକାରଙ୍କ ଚେତାବନୀ: କଟକଣା କୋହଳରେ ନିୟନ୍ତ୍ରଣ ହରାଇଲେ ବଢ଼ିବ ସଂକଟ

କେନ୍ଦ୍ର ସରକାରଙ୍କ ଚେତାବନୀ: କଟକଣା କୋହଳରେ ନିୟନ୍ତ୍ରଣ ହରାଇଲେ ବଢ଼ିବ ସଂକଟ

6

ନୂଆଦିଲ୍ଲୀ, ୨୦/୦୬/୨୧ (ଜିଲ୍ଲା ଖବର) : କମିବାରେ ଲାଗିଛି କରୋନା ସଂକ୍ରମଣ । ତେଣୁ ଚଳିତ ସପ୍ତାହରୁ ରାଜ୍ୟଗୁଡ଼ିକ କରୋନା କଟକଣା କୋହଳ କରିବା ଆରମ୍ଭ କରିଛନ୍ତି। ଜୀବିକାର ସୁରକ୍ଷା ପାଇଁ ନୀତିନିୟମରେ ଦୋକାନ ବଜାର ଖୋଲିବାକୁ କେନ୍ଦ୍ର ତରଫରୁ ଅନୁମତି ମିଳିବାକୁ ଯାଉଛି ।

କିନ୍ତୁ କଟକଣା କୋହଳରେ ନିୟନ୍ତ୍ରଣ ହରାଇଲେ ସଂକଟ ବଢ଼ିବ ବୋଲି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚେତାବନୀ ଦେଇଛନ୍ତି । ଏହି ସମ୍ବନ୍ଧରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ସରକାରଙ୍କୁ ଚିଠି ଲେଖିଛନ୍ତି ।

ଆଉ ଏହି ଚିଠି ମାଧ୍ୟମରେ ରାଜ୍ୟ ସରକାର ମାନଙ୍କୁ ଥ୍ରୀଟି+V ଫର୍ମୁଲା ଆପଣାଇବାକୁ କହିଛନ୍ତି । କଟକଣାକୁ କୋହଳ କରିବା ସମୟରେ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟମେଣ୍ଟ ଅର୍ଥାତ୍ ଥ୍ରୀଟି ଏବଂ V ବା ଭ୍ୟାକସିନକୁ ଧ୍ୟାନରେ ରଖନ୍ତୁ । ସମସ୍ତ ପ୍ରକାରର କରୋନା ପ୍ରୋଟେକଲକୁ ଧ୍ୟାନରେ ରଖିବାକୁ ରାଜ୍ୟ ସରକାରମାନଙ୍କୁ ସେ କହିଛନ୍ତି ।

ଏଥିସହିତ ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା କୌଣସି ଯାଞ୍ଚ ପ୍ରକ୍ରିୟାରେ ଅବହେଳା ଏବଂ ଢିଲା ଯେପରି ନ କରାଯାଏ ସେଥିପ୍ରତି ଧ୍ୟାନ ରଖିବାକୁ କହିଛନ୍ତି, କାହିଁକି ନା ସ୍ଥିତି କେବେ ବି ବଦଳିପାରେ ।