
୨୦/୦୬/୨୧ (ଜିଲ୍ଲା ଖବର) : ବିକ୍ରମ ପଣ୍ଡାକୁ ଚିହ୍ନିଛନ୍ତି କି ? ଫେସବୁକରେ ଏ ଯୁବକଙ୍କ କଥା ଏବେ ବହୁଳ ଭାବେ ଚର୍ଚ୍ଚା ହେଉଛି। ବିକ୍ରମ ଜଣେ ପ୍ରେମିକ ବାସ୍ ଏତିକି ତାର ପରିଚୟ । କିନ୍ତୁ ଏବେ ସେ ଅପରାଧୀ ଶ୍ରେଣୀରେ ଗଣା ହେଉଛି । କାରଣ ବନ୍ଧୁକ ଦେଖାଇ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ସେ ମାରିଦେବାକୁ କହି ଡରାଉଥିଲା । ପୁଲିସକୁ ୫ ଘଣ୍ଟା କାଳ ନାକେଦମ୍ କରିଥିଲା । ଏଣୁ ତାକୁ ଧରିବା ପରେ ପୁଲିସ ମାମଲା ରୁଜୁ କରିବା ସ୍ବାଭାବିକ ଏବଂ ସେ ଅପରାଧି ପର୍ଯ୍ୟାୟଭୁକ୍ତ ହେବା ମଧ୍ୟ ସ୍ୱଭାବିକ୍ ।
ଆମେ କହୁଥିବା ଘଟଣା ବାବଦରେ ଆପଣ ଜାଣିପାରିବେଣି । ଆମେ ସେହି ବିକ୍ରମ ପଣ୍ଡା କଥା କହୁଛୁ, ଯିଏ ସେଦିନ ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ଖବର ପାଲଟିଥିଲେ। ପ୍ରେମିକାର ମାମୁଘରେ ପଶି ବନ୍ଧୁକ ଦେଖାଇ ପ୍ରେମିକାକୁ ଖୋଜିବାର ଚେଷ୍ଟା କରିଥିଲେ। ଆଉ ପରେ ପୁଲିସ ହାତରେ ଧରାପଡିଥିଲେ।
କିନ୍ତୁ ବିକ୍ରମଙ୍କୁ ଅପରାଧି କହିଲେ କିଛି ଲୋକ ଭୁଲି ବୋଲି କହୁଛନ୍ତି। ଏ କଥାକୁ ନେଇ ସୋସିଆଲା ମିଡିଆର ପ୍ରବଳ ତର୍କ।
ସେହି ତର୍କ ଆଧାରରେ ଆମେ ଏହି କଥାଟି ଲେଖୁଛୁ ।
ବିକ୍ରମ ସପକ୍ଷବାଦୀଙ୍କ ଯୁକ୍ତି ସେ ଅପରାଧି ନୁହେଁ ବରଂ ତାଙ୍କୁ ଅପରାଧି ବନେଇ ଦିଆଗଲା। ତାଙ୍କ ସ୍ଥାନରେ ଝିଅଟିଏ ପ୍ରତାରିତ ହୋଇଥିଲେ ସମ୍ଭବତଃ ଚିତ୍ର କିଛି ଅଲଗା ହୋଇଥାନ୍ତା। ଯଦି ସ୍ଥଳ ବିଶେଷରେ ଝିଅଟିକୁ ପୁଅଟିଏ ପ୍ରତାରଣା କରି ଛାଡି ପଳାଇଥାନ୍ତା ତାର ହେଲେ ତା ଅବସ୍ଥା ବେହାଲ ହୁଅନ୍ତାଣି।
ତା’ ଚଉଦ ପୁରୁଷ ଉଦ୍ଧାର କରିସାରନ୍ତେଣି ଆମେ। କିନ୍ତୁ ଏଠି ଝିଅଟି ବିଷୟରେ ସେମିତି ଚିନ୍ତା କରାଯିବନି କ’ଣ ପାଇଁ ?
ଅବଶ୍ୟ ଏ କଥା ଆମେ କେହି ଜାଣିନାହୁଁ ଯେ, ସତ କହୁଛି କିଏ? କାରଣ ସମ୍ପୃକ୍ତା ଯୁବତୀଙ୍କ ପ୍ରତିକ୍ରିୟା ମିଳିନାହିଁ।
ବିକ୍ରମଙ୍କ କଥା ଯଦି ସତ ହୋଇଥାଏ ତେବେ ବିଚାର ଯୋଗ୍ୟ।
‘ମୁଁ ଭୁଲ୍ କରିନାହିଁ, ମୁଁ କ୍ଲିୟରଲି କହୁଛି, ନୋ ଗିଲ୍ଟି। ମୁଁ ସେ ଝିଅକୁ ଭଲ ପାଏ। ତା ବାହାଘର ଅନ୍ୟତ୍ର ଠିକ୍ କରାଯାଇଛି, ସେଥିପାଇଁ ଏତେ କାଣ୍ଡ। ଏଥିପାଇଁ ମୁଁ ଲଜ୍ଜିତ ନୁହେଁ ।’
ସେଦିନ ପୁଲିସ ହାତରେ ଧରାପଡିବା ପରେ ଏମିତି ଖୋଲାଖୋଲି କହିଥିଲା ବିକ୍ରମ। ସେ ପ୍ରେମ କରୁଥିବା ଯୁବତୀ ଜଣକ ଓ ତାଙ୍କ ପରିବାର ଲୋକେ ତାକୁ ବିବାହ ପାଇଁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଣୁ ସେ ମାନସିକ ଭାରସାମ୍ୟ ହରାଇଛନ୍ତି।
ମାତ୍ର ଗୋଟିଏ ଶବ୍ଦ ତାଙ୍କୁ କଷ୍ଟ ଦେଇଛି ବୋଲି ସେ କହିଥିଲେ। କାରଣ ସେ ପ୍ରେମ କରୁଥିଲେ ହେଲେ ଅନ୍ୟମାନେ ଭାବିବେ ଏହା ‘ଟାଇମାପାସ୍’।
ଏମିତିକି ଏ ଶବ୍ଦଟି ତାଙ୍କ ପ୍ରେମିକା ମଧ୍ୟ କହିଥିବା ସେ କହିଛନ୍ତି ।
ତେଣୁ ପ୍ରେମ କରିବା ପୂର୍ବରୁ ଏହି ବୈଧାନିକ ସତର୍କତା ଅବଲମ୍ବନ କରିବାକୁ ହେବ ଯେ, ପ୍ରେମର କାଟାଗୋରୀ କ’ଣ ? ଏହା ବିବାହ ପର୍ଯ୍ୟନ୍ତ ଯାଇପାରିବ କି ନାହିଁ ? ଟାଇମପାସ୍ ହୋଇଥିଲେ ଏହାର ଅବଧି ପୂର୍ବ ନିର୍ଦ୍ଧାରୀତ ହେବା ଆବଶ୍ୟକ ଇତ୍ୟାଦି ଇତ୍ୟାଦି ।
ନଚେତ୍ ଆପଣ ବି ପ୍ରଶ୍ନ ଗୁଚ୍ଛରେ ଛନ୍ଦି ହୋଇ ଏଇଠି ଅଟକିବେ ଯେ, ବିକ୍ରମ ପଣ୍ଡା ଠିକ୍ କଲା ନା ଭୁଲ୍ ?


