
ଭୁବନେଶ୍ୱର, ୨୦/୦୬/୨୧ (ଜିଲ୍ଲା ଖବର) : ମାତିଛନ୍ତି ସାଇବର ଲୁଟେରା । 19ଟି ଟ୍ରାଞ୍ଜାକ୍ସନରେ 31 ହଜାର ଗାଏବ । ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ କ୍ରେଡିଟ କାର୍ଡରୁ ଏଭଳି ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି ।
ତେବେ ବଡ କଥା ହେଉଛି ମୋବାଇଲକୁ କୌଣସି ମେସେଜ କିମ୍ବା କଲ ଆସି ନଥିଲା । କିନ୍ତୁ ରାତି 12ଟା ପରେ ଆପେ ଆପେ ଟଙ୍କା କଟିବାର ମେସେଜ ଆସିଲା ବୋଲି କହିଛନ୍ତି ଅଭିଯୋଗକାରୀ । ଏନେଇ ସେ ସାଇବର ସେଲ ରେ ଅଭିଯୋଗ କରିଛନ୍ତି ।



