
ବାଲେଶ୍ୱର,୨୦/୦୬/୨୧ (ଜିଲ୍ଲା ଖବର) : ବାଲେଶ୍ଵର ଭୋଗରାଇ ବ୍ଲକ ନିମାଇତପୁର ଗାଁର ୭ ବର୍ଷୀୟ କ୍ରିଷ୍ଣା ପଣ୍ଡାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । କରୋନାରେ ବାପା ଓ ମାଆଙ୍କୁ ହରାଇଛନ୍ତି କ୍ରିଷ୍ଣା । ପରିବାରରେ ଆଉ କେହି ନଥିବା ବେଳେ ଦେଢ଼ ମାସର ଭାଇକୁ ପାଠ ପଢ଼ାଇ ବଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି କୁନି ଝିଅ ।
କ୍ରିଷ୍ଣାଙ୍କ ବାପାଙ୍କ ଏକାଦଶାହ ଅବସରରେ ପହଞ୍ଚି ସାନ୍ତ୍ୱନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ରିଷ୍ଣାଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି । କ୍ରିଷ୍ଣା ଓ ତାଙ୍କ ଭାଇଙ୍କ ପାଠପଢ଼ାର ସମସ୍ତ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।



