
ରାଉରକେଲା, ୨୦/୦୬/୨୧ (ଜିଲ୍ଲା ଖବର) : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତରୀ ମାଇନା ପାଇଁ ଆସିଥିଲା ଅଭିଯୁକ୍ତ । ହେଲେ ପୋଲିସକୁ ଚକମା ଦେଇ ସମସ୍ତଙ୍କ ଆଖି ସାମ୍ନାରେ ଭଣଜା ବୁଲେଟରେ ବସି ଛୁ ମାରିଲା ଅଭିଯୁକ୍ତ କିଶୋର ଦାସ ବା ଜଟ ଦାସ ।
ଦୀର୍ଘ ଦୁଇ ବର୍ଷ ଧରି ଡରେଇ ଧମକେଇ ଅଭିଯୁକ୍ତ କିଶୋର ଦାସ ଓରଫ ଜଟିଆ ଛେଣ୍ଡ ଅଞ୍ଚଳର ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିବାର ଛେଣ୍ଡ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ଡାକ୍ତରୀ ମାଇନା ପାଇଁ ନେବା ବେଳକୁ ଚମ୍ପଟ ମାରିଛି ଅଭିଯୁକ୍ତ । ତେବେ ପୋଲିସ ଆଖି ସମ୍ନାରୁ ଡାକ୍ତରୀ ମାଇନା ବେଳେ କିଭଳି ଅଭିଯୁକ୍ତ ଫେରାର ହେଲା ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ ।



