
ଭୁବନେଶ୍ୱର,୨୦/୦୬/୨୧ (ଜିଲ୍ଲା ଖବର) : ଆଉ ନାହାନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ରାତି ୧୧ଟାରେ କଣ୍ଠଶିଳ୍ପୀ ତପୁଙ୍କ ଦେହାନ୍ତ ହୋଇଛି । ECMO ପାଇଁ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି କହିଥିଲେ ଡାକ୍ତର । ତ।ଙ୍କର ଦିନକୁ ଦିନ ସ୍ୱାସ୍ଥାବସ୍ଥା ବିଗିଡିବ।ରେ ଲ।ଗିଥିଲ। ଗୁରତର ଅବସ୍ଥାରେ ମୃତ୍ୟୁ ଘଟିଛି । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍ରେ ତପୁଙ୍କର ଅମ୍ଲଜାନ ସ୍ତର ବହୁତ କମି ଆସୁଥିବା କହିଥିଲେ ଡାକ୍ତର ।
ମେ ମାସ ୩୧ରେ ଅମ୍ଳ୍ଜାନ ସ୍ତର ଖସି ଆସିଥିବା ବେଳେ ତାଙ୍କୁ ସ୍ପର୍ଶ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିଛି ଦିନ ରହିବା ପରେ କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍ଫୁସ୍ର ୭୫ ପ୍ରତିଶତ ସଂକ୍ରମିତ ହୋଇ ସାରିଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଦିନକୁ ଦିନ ତାଙ୍କ ଅବସ୍ଥା ଗୁରତର ହୋଇପଡୁଥିବା କହିଥିଲେ ଡାକ୍ତର ।
ତପୁ ମିଶ୍ର ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ତପୁଙ୍କ ଅକ।ଳ ବିୟୋଗରେ ଓଡିଆ ସଙ୍ଗୀତ ଜଗତରେ ଏକ ବଡ଼ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନି ।




