
୨୦/୦୬/୨୧ (ଜିଲ୍ଲା ଖବର) : ଜମ୍ମୁକାଶ୍ମୀର ସମସ୍ତ ରାଜନୈତିକ ଦଳ ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି । ଜୁନ ୨୪ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଏବେ ଦୂର ହେବା ନେଇ ଆଶା ସଞ୍ଚାର ହୋଇଛି ।
ଜାମ୍ମୁ କାଶ୍ମୀରର ସମସ୍ତ ନେତାମାନଙ୍କୁ ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୈଠକରେ ସାମିଲ ହେବାକୁ ହେଲେ ନେଗେଟିଭି ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପିଡିପି ମୁଖ୍ୟ ମେହବୁବା ମୁଫତୀ ବୈଠକ ପାଇଁ ଚିଠି ପାଇସାରିଥିବା ସୂଚନା ଦେଇଛନ୍ତି । ମେହବୁବା ମୁଫତୀ କହିଛନ୍ତି, ‘ବୈଠକ ପାଇଁ ଅନୌପଚାରିକ ଭାବେ ନିୟନ୍ତ୍ରଣ ପତ୍ର ମିଳିଛି ।
ଦଳର ନେତାମାନଙ୍କ ସହିତ ଏ ନେଇ ଆଲୋଚନା ଜାରି ରହିଛି । ଆଜି ଏ ନେଇ ପିଡିପି ମୁଖ୍ୟ, ଦଳର ନେତାମାନଙ୍କ ସହିତ ଏକ ବୈଠକ ଡକାଇଛନ୍ତି । ଯେଉଁଥିରେ ଜୁନ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହୋଇପାରେ । ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିପାରନ୍ତି ମେହବୁବା ମୁଫତୀ। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ ଏବଂ ଜାମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ଟପ୍ ସିକ୍ୟୁରିଟି ଏବଂ ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।




