
୨୦/୦୬/୨୧ (ଜିଲ୍ଲା ଖବର) : ଅକ୍ଟୋବର ସୁଦ୍ଧା ଭାରତକୁ ଆସିପାରେ କରୋନାର ତୃତୀୟ ଲହର । ଏନେଇ ସତର୍କ ରହିବାକୁ ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ୪୦ ଜଣ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ପ୍ରଫେସରଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ୮୫% ବା ୨୧ରୁ ୨୪ ଜଣ ଅକ୍ଟୋବର ସୁଦ୍ଧା ତୃତୀୟ ଲହର ଆସିବ ବୋଲି ସଙ୍କେତ ଦେଇଛନ୍ତି ।
ସେହିପରି ୩ ଜଣ ଅଗଷ୍ଟ ଓ ୧୨ ଜଣ ସେପ୍ଟେମ୍ବରରେ ତୃତୀୟ ଲହର ଆସିବା ନେଇ ଚେତାଇ ଦେଇଛନ୍ତି । ଅନ୍ୟ ୩ ଜଣ ବିଶେଷଜ୍ଞ ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ ତୃତୀୟ ଲହର ଆସିବାର ପୂର୍ବାନୁମାନ କରିଛନ୍ତି । ତେବେ ତୃତୀୟ ଲହର ନିୟନ୍ତ୍ରିତ ରହିବ ବୋଲି କହିଛନ୍ତି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ୍ସ ସାଇନ୍ସ ନିର୍ଦେଶକ ରଣଦୀପ ଗୁଲେରିଆ । ଦେଶରେ ବ୍ୟାପକ ଟିକାକରଣ ଯୋଗୁଁ ସଂକ୍ରମଣ ହାର କମ ରହିବ । ଦ୍ୱିତୀୟ ଲହର ସଂକ୍ରମଣରେ ଲୋକଙ୍କ ଠାରେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା କହିଛନ୍ତି ରଣଦୀପ । ତେବେ ବିଶେଷଜ୍ଞଙ୍କ ସର୍ଭେ ଅନୁଯାଇ ଆଉ ବର୍ଷେ ଯାଏ ମହାମାରୀର ପ୍ରଭାବ ରହିବ ।


