Sunday, October 11, 2026
Home ଆଞ୍ଚଳିକ ଜୁନ୍ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ସ୍ନାନଯାତ୍ରାରେ ସାମିଲ ସେବାୟତଙ୍କର ହେବ ପରୀକ୍ଷା

ଜୁନ୍ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ସ୍ନାନଯାତ୍ରାରେ ସାମିଲ ସେବାୟତଙ୍କର ହେବ ପରୀକ୍ଷା

14

ପୁରୀ, ୨୦/୦୬/୨୧ (ଜିଲ୍ଲା ଖବର) : ଜୁନ ୨୪ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ଆଜିଠାରୁ ସେବାୟତ ମାନଙ୍କର ହେବ କୋଭିଡ ଟେଷ୍ଟ । ବଡ଼ଦାଣ୍ଡରେ ଥିବା ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସେବାୟତ ମାନଙ୍କର ସ୍ୱାବ ଟେଷ୍ଟ କରାଯିବ ।

ଜୁନ ୨୨ ତାରିଖ ଯାଏ ସକାଳ ୯ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସ୍ବାବ ଟେଷ୍ଟ କରାଯିବ । ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର ମଧ୍ୟ ସ୍ୱାବ ଟେଷ୍ଟ କରିବାକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।