Thursday, November 12, 2026
Home ଆଞ୍ଚଳିକ କରୋନା ମହାମାରୀ ସମୟରେ ସହାୟତାର ହାତ ବଢ଼ାଉଛି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ,

କରୋନା ମହାମାରୀ ସମୟରେ ସହାୟତାର ହାତ ବଢ଼ାଉଛି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ,

82

ଜଗନ୍ନାଥ ପ୍ରସାଦ,୨୯/୬(ଜିଲ୍ଲା ଖବର) : କଥାରେ ଅଛି ଗରିବ ଓ ଅସହାୟର ସେବା ହେଉଛି ଭଗବାନଙ୍କ ସେବା।ଆଜକୁ ଚାରି ବର୍ଷ ତଳେ ଏମିତି ଗରିବ,ଅସହାୟ, ବିକଳାଙ୍ଗ ଓ ବୁଲା ଯିବ ଜନ୍ତୁଙ୍କ ସେବା କରିବା ଉଦ୍ଦେଶ୍ୟରେ ଅଳ୍ପ କେତେଜଣ ସଦସ୍ୟଙ୍କୁ ନେଇ ଗଢିଉଠିଥିଲା ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ।ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ଚଢ଼ିଆପଲ୍ଲୀ ଗ୍ରାମପଞ୍ଚାୟତର ଗୋଟିଏ ଛୋଟିଆ ଓ ସୁନ୍ଦର ଗ୍ରାମ, ଯାହାର ନାମ ଯାତ୍ରା।ଏହି ଗ୍ରାମର କିଛି ଯୁବକ ଏକତ୍ରୀତ ହୋଇ ସଭାପତି ସଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଗଠନ କରିଥିଲେ ଗୋଟିଏ ଟ୍ରଷ୍ଟ ଯାହାର ନାମ କରଣ କରିଥିଲେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ।ଏହି ଟ୍ରଷ୍ଟର ମୂଖ୍ୟ ଉଦ୍ଧେଶ୍ୟ ଥିଲା ସମାଜ ସେବା।ସମାଜସେବା କୁ ଆଖି ଆଘରେ ରଖି ଆଜିର କରୋନା ମହାମାରୀ ର ଦୂତୀୟ ଲହରିରେ ଜୀବନ ସହ ସଂଘର୍ଷ କରୁଥିବା ଗରିବ, ଅସହାୟ, ବିକଳାଙ୍ଗ, ମାନସିକ ବିକୃତ ଓ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଆସୁଛନ୍ତି ଏହି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ।ନିଜର ଟ୍ରଷ୍ଟ ପାଇଁ କୌଣସି ଉର୍ଣ୍ଣତମାନର ସୁବିଧା ସୁଯୋଗ ନଥାଇ ମଧ୍ୟ, ନିଜଗ୍ରାମ ଯାତ୍ରାର ଗାଁ ମୁଣ୍ଡରେ ଥିବା ଏକ ଚାଳ କୁଡ଼ିଆରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ନିଜର ବାଇକ ସହାର୍ଯ୍ୟରେ ସେସବୁକୁ ନେଇ ନୟାଗଡ଼ ଠାରୁ ଭଞ୍ଜନଗର ପର୍ଯ୍ୟନ୍ତ ଯାଇ ବାଟ ଘାଟ ଠାରୁ ଆରମ୍ଭକରି ମେଡିକାଲ ପର୍ଯ୍ୟନ୍ତ ଗରିବ, ଅସହାୟ,ବିକଳାଙ୍ଗ, ମାନସିକ ବିକୃତ ଓ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି ଏହି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ।ଏହି ଟ୍ରଷ୍ଟର ଏପରି ନିଃସ୍ୱାର୍ଥପର ସେବା ମନବୃତ୍ତି ଦେଖିବା ପରେ ସହାୟତାର ହାତ ବଢ଼ାଉଛନ୍ତି ଆମ ଦେଶର କିଛି ଧାର୍ମିକ ବ୍ୟକ୍ତି,ସରକାରୀ କର୍ମଚାରୀଙ୍କ ସହିତ ଆମ ଦେଶର କିଛି ଯବାନମାନେ।ଖାଲି ସେତିକି ନୁହେଁ ଏହି ଟ୍ରଷ୍ଟର ସାହାର୍ଯ୍ୟ ଓ ସେବା ମନବୃତ୍ତି ଦେଖି ଦେଶ ବାହାରୁ ମଧ୍ୟ ସହାୟତାର ହାତ ବଢ଼ାଉଛନ୍ତି କିଛି ଧାର୍ମିକ ବ୍ୟକ୍ତି।ଏହି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ତମାମ ସମାଜସେବା ଉଦ୍ଧେଶ୍ୟରେ ନିଜକୁ ନିୟୋଜିତ କରିଆସୁଛନ୍ତି ଏହି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟ।

ରିପୋର୍ଟ,ନିରାକାର ସାହୁ ।