Friday, November 13, 2026
Home ଆଞ୍ଚଳିକ ୪ ଅନାଥ ଶିଶୁ ଙ୍କ ପାଖରେ ପହଁଚିଲା ଜିଲ୍ଲାପ୍ରଶାସନ ଶିଶୁଙ୍କୁ ଆବଶ୍ୟକ...

୪ ଅନାଥ ଶିଶୁ ଙ୍କ ପାଖରେ ପହଁଚିଲା ଜିଲ୍ଲାପ୍ରଶାସନ ଶିଶୁଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଦେଲେ ନିର୍ଭର ପ୍ରତିଶୃତି

80

ରାୟଗଡା,୧୯/୬(ଜିଲ୍ଲା ଖବର) : ଘାତକ କରୋନା ମହାମାରୀ ଦ୍ୱାରା ଆଜି ସମଗ୍ର ରାଜ୍ୟ ବିଶେଷ କରି ରାୟଗଡା ଜିଲ୍ଲା ପ୍ରଭାବିତ ହେଉଥିବା ବେଳେ ଏହି ଘାତକ କରୋନା ସଂକ୍ରମଣ ରେ କିଏ ବାପା ମା ଛେଉଣ୍ଡ ହେଉଛି ତ କିଏ ସର୍ବହରା ହେଉଥିବା ଘଟଣା ପ୍ରତିଦିନ ଘଟୁଥିବା ବେଳେ ରାୟଗଡା ଭଳି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡାରି ବ୍ଲକ ର ମଧୁବନ ଗ୍ରାମପଞ୍ଚାୟତ ର ଗୁଞ୍ଜିଗୁଡା ଏବଂ ସାନହୁମା ଗ୍ରାମପଞ୍ଚାୟତ ର ଲଣ୍ଡାସିଂ ଲକ୍ଷ୍ମୀପୁର ଗ୍ରାମର କରୋନା ମହାମାରୀ ର ଘାତକ ସଂକ୍ରମଣ ଯୋଗୁଁ ଏହି ଦୁଇ ପରିବାର ର ବାପା ମା ଙ୍କ ମୁର୍ତ୍ୟୁ ଘଟିଥୁବା ବେଳେ ଏହି ଚାରି ଶିଶୁ ଅନାଥ ହୋଇଥିଲେ ଏହି ଦୁଇ ପରିବାର ର ଚାରି ଶିଶୁ ଅସହାୟ ହେଉଥିବା ଖବର ପାଇଁ ଏହି ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ବିଭାଗ ର ଅଧିକାରୀ ରମେଶ ନାୟକ ଗୁଡାରି ବ୍ଲକ ଶିଶୁ ଉନ୍ନୟନ ବିଭାଗର ଅଧିକାରୀ ପୁଷ୍ପାଞ୍ଜଳୀ ପଟନାୟକ ପ୍ରମୁଖ ଏହି ଗ୍ରାମ ରେ ପହଁଚି ଏହି ଚାରି ଅନାଥ ଶିଶୁ ଙ୍କୁ ପ୍ରଥମ ପଦକ୍ଷେପ ସ୍ୱରୂପ ଶୁଖିଲା ଖାଦ୍ୟ ଏବଂ କରୋନା ସଂକ୍ରମଣ ର ଆବଶ୍ୟକ ମାସ୍କ ସେନିଟାଈଜର ଇତ୍ୟାଦି ସାମଗ୍ରୀ ଯୋଗାଇବା ସହ ଚାରି ଅନାଥ ଶିଶୁ ଙ୍କ ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେବ ବୋଲି ନିର୍ଭର ପ୍ରତିଶୃତି ଦେଇଥିବା ଜଣାପଡିଛି ଜିଲ୍ଲାପ୍ରଶାସନ ଏହି ପଦକ୍ଷେପ କୁ ରାୟଗଡା ଜିଲ୍ଲାର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ସ୍ୱାଗତ କରିବା ସହ ଏହି ଚାରି ଅନାଥ ଶିଶୁ ଙ୍କୁ ସାମାଜିକ ସୁରକ୍ଷା ରେ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।