Monday, November 16, 2026
Home ଆଞ୍ଚଳିକ ୭ହଜାର ଲିଟର ଚୋରା ପିଡିଏସ କିରୋସିନ ଜବତ,ଜଣେ ଅଟକ

୭ହଜାର ଲିଟର ଚୋରା ପିଡିଏସ କିରୋସିନ ଜବତ,ଜଣେ ଅଟକ

95

ଜଟଣୀ,୧୯/୬(ଜିଲ୍ଲା ଖବର) : ଜଟଣୀଥାନା ଅନ୍ତର୍ଗତ ପିତାପଲୀଛକଠାରୁ ଜଟଣୀ ପୁଲିସ ୭ହଜାର ଲିଟର ଚୋରା ପିଡିଏସ କିରୋସିନ ଜବତ କରିଛି । ଏହି ଚୋରା ଚାଲାଣ କରୁଥିବା ବ୍ୟବସାୟୀକୁ ପୁଲିସ ଅଟକ ରଖିଛି । ଉକ୍ତ କିରୋସିନ ଏତେ ପରିମାଣର କେଉଁଠୁ ଏବଂ କିପରି ଆସିଲା ତାହା ଯାଂଚପରେ ସମସ୍ତ ଘଟଣାର ପର୍ଦାଫାସ ହେବ ବୋଲି ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି । ସୁଚନାନୁସାରେ ଜଟଣୀଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ପିତାପଲୀଛକଠାରେ ବ୍ୟାରେଲ ବ୍ୟାରେଲ କିରୋସିନ ଗଛିତ ରଖାଯାଇଥିବା କୈାଣସି ସୁତ୍ରରୁ ପୁଲିସ ସୁଚନା ପାଇଥିଲା । ତେବେ ଏନେଇ ଶନିବାର ସଂଧ୍ୟାରେ ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ ଚଢାଉ କରିଥିଲେ । ଚଢାଉବେଳେ ପୁଲିସ ଏହା ସରକାରୀ ପିଡିଏସ କିରୋସିନ ବୋଲି ଜାଣିବାକୁ ପାଇଥିଲା ଘଟଣାସ୍ଥଳରୁ ପୁଲିସ ୭ ହଜାର ଲିଟର କିରୋସିନ ଜବତ କରିଥିବା ବେଳେ ପିତାପଲୀ ଅଂଚଳର ମଙ୍ଗୁଳି ସ୍ୱାଇଁ ନାମକ ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ତଦନ୍ତପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୁଚନା ଦେଇଛି ।

ରିପୋର୍ଟ, ସଞ୍ଜୀବ କୁମାର ।