
ହିଞ୍ଜିଳିକାଟୁ, ତା ୧୬/୮ (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରପରିଷଦ ସମେତ ବ୍ଳକ ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହା ଆଡ଼ମ୍ବର ସହକାରେ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଅଛି । ପ୍ରେସକ୍ଳବ ଓ ଗାୟତ୍ରୀ ଶକ୍ତିପିଠରେ ଗାୟତ୍ରୀ ପରିବାରର ଗଂଜାମ ଜିଲ୍ଲା ସଂଯୋଜକ ଡ଼ଃ. ବୃନ୍ଦାବନ ମିଶ୍ର, ଜେଏମଏଫସି ନ୍ୟାୟଳୟରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ, ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟରେ ଏଡ଼ିଏମ ଲକ୍ଷ୍ମୀକାନ୍ତ ସେଠି, ପଂଚାୟତ ସମିତି କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଗୋପିନାଥ କୁଅଁର, କେନ୍ଦ୍ରୀୟ ବିଦ୍ୟାଳୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିକରୀ ଡ଼ାକ୍ତର ପ୍ରତିଭା ପାତ୍ର, ପୋଲିସ ଥାନା ଓ କେନ୍ଦ୍ରୀୟ ବିଦ୍ୟାଳେୟରେ ଆଇ.ଆଇ.ସି. ଅଭିମନ୍ୟୁ ଦାସ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ଓ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବି.ଇ.ଓ. ଏସ. ଗିରିଧାରୀ, ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭଗବାନ ମହାନ୍ତି, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରରେ ପରିଚାଳନା କମିଟିର ସଭାପତି ଡ଼ାକ୍ତର ବୃନ୍ଦାବନ ପାଢି, କଳିଙ୍ଗ ବୈଶ୍ୟ ମହିଳା ସଙ୍ଘରେ କୋଷାଧ୍ୟକ୍ଷ ଗୋପାଳକୃଷ୍ଣ ପାତ୍ର, ପୋଡ଼ିଙ୍ଗି ପଲ୍ଲୀ ବିକାଶ କେନ୍ଦ୍ରରେ ଶିକ୍ଷକ ଶିବରାମ ପଣ୍ଡା, ସ୍ୱୟଂଚାଳିତ ବିଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସି.ଏଚ. ଚନ୍ଦ୍ରୋଶଖର ପୃଷ୍ଟି, ସରକାରୀ ବୃନ୍ଦାବନ ବିଦ୍ୟାପିଠରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ବିଦୁ୍ୟତ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ବୁରୁପଡ଼ା ଭଗବତି ବିଦ୍ୟପିଠ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଙ୍ଘର ଗଂଜାମ ଜିଲ୍ଲା ସଙ୍ଘ ଚାଳକ ଡାକ୍ତର ପ୍ରଭାକର ସାହୁ, ରେଗିଡ଼ି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ପଣ୍ଡା, ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟିର ସଭାପତି କଳାଚାନ୍ଦ ପଟ୍ଟନାୟକ, ତରାତାରିଣୀ ଅଟୋ ୟୁନିୟନରେ ବିଜେପିର ପୌରାଂଚଳ ସଭାପତି ମାଧବ ଗୌଡ଼, ପୋଚିଲିମା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଭାଣ୍ଡି ରବିନ୍ଦ୍ର, ଗଣ୍ଡଳା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଗୌରୀ ସାହୁ, ପ୍ରଭୁପାଦ ବିଦ୍ୟା ମନ୍ଦିର, ଓଁ ଶ୍ରୀ ଣ୍ଟଇଂଟର ନ୍ୟାସନାଲ ସ୍କୁଲ, ଧରିତ୍ରୀ ପବ୍ଳି୍କ ସ୍କୁଲରେ ପ୍ରଧାନ ଶିକ୍ଷକ ମାନେ , ଆତ୍ମା କାର୍ଯ୍ୟାଳୟରେ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ପତକା ଉତୋଳନ କରିଥିଲେ । ସେହିପରି ହିଂଜିଳିକାଟୁ ସହରରେ ପ୍ରଥମଥର ଲାଗି ତ୍ରିରଙ୍ଗା ଯୁବକ ସଙ୍ଘ ଓ ଡ଼ିସକଭରିର ମିଳିତ ସହଯୋଗରେ ହିଂଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ତହସିଲଦାର ଗୋପିନାଥ କୁଅଁର ପତକା ଉତୋଳନ କରିଥିଲେ । ତ୍ରିରଙ୍ଗା ଯୁବକ ସଙ୍ଘ ଓ ଡ଼ିସକଭରିର ଶତାଧିକ ସ୍ୱେଛାସେବୀ ମୋଟର ସାଇକେଲ ର୍ୟାଲିରେ ନଗର ପରିକ୍ରମା କରିବା ସହ ୧୫୦ ମିଟର ଲମ୍ବ ବିଶିଷ୍ଟ ଜାତୀୟ ପତକା ଧରି ପଦଯାତ୍ରାରେ ସହର ପରିକ୍ରମା କରିଥିଲେ । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳର ବହୁ ଶିକ୍ଷାନୁଷ୍ଠାନ , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।





