
ଜଟଣୀ,୧୯/୬(ଜିଲ୍ଲା ଖବର) : ଜଟଣୀଥାନା ଅନ୍ତର୍ଗତ ବେଲପଡା ଖୋଲାଦ୍ୱାର ମୈାଜାରେ ଥିବା ଶିକ୍ଷାବିତ ଅଜୟ କୁମାର ପଟ୍ଟନାୟକଙ୍କ ସ୍ଥିତିବାନ ଜମି ଖାତା ନଂ୧୪,ପ୍ଲଟ ନଂ ୯୫ , ୮୭୫ ଡିସିମିଲ, ପ୍ଲଟ ନଂ ୧୨୦,୧୫୦ ଡିସିମିଲ ଏବଂ ପ୍ଲଟ ନଂ ୧୨୧, ୧୪୩ ଡିସମିଲ କିସମ ଘରବାରୀକୁ ବିଜୟ ବେହେରା ନାମକ ଜଣେ ରେଳକର୍ମଚାରୀ ମାଡିବସି ଜୋରଜବରଦସ୍ତ ପାଚେରୀ ନିର୍ମାଣ କରିଥିବା ନେଇ ଶିକ୍ଷକ ଅଜୟ ପଟ୍ଟନାୟକ ପ୍ରତିବାଦ କରିଥିଲେ । ଉକ୍ତ ରେଳକର୍ମଚାରୀ ଜଣଙ୍କ ଏହା ତାଙ୍କର ଜମିବୋଲି ଦର୍ଶାଇ ଉକ୍ତ ଜମିରେ ପାଚେରୀ ନିର୍ମାଣ କରିଦେଇଥିଲେ । ତେବେ ଏନେଇ ଅଜୟ ଅତିରିକ୍ତ ଡିସିପିଙ୍କ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ତେଣୁ ଅଭିଯୋଗକୁ ଭିତିକରି କମିଶନରେଟ ପୁଲିସର ଏକଜ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ନିକଟରେ କ୍ରିମିନାଲ ମିସ୍କେଶ ନଂ ୬୯୮/୨୧ରେ ମାମଲା ରୁଜୁ ହୋଇଛି । ଏଥିରେ ଉକ୍ତ ବିବାଦୀୟ ଜମିରେ ଶୁକ୍ରବାର ଜଟଣୀଥାନା ପକ୍ଷରୁ ତଦନ୍ତ ହେବା ସହିତ ୧୪୪ଧାରା ଲାଗୁ କରାଯାଇଥିଲା ଏନେଇ ରେଳକର୍ମଚାରୀ ବିଜୟ ବେହେରା କୁହନ୍ତି, ଏହି ଜମିର ସମସ୍ତ ଦସ୍ତାବିଜ ମୋ ନିକଟରେ ରହିଛି । ଅଭିଯୋଗଟି ସମ୍ପୁର୍ଣ୍ଣ ଭିତିହିନ ବୋଲି କହିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର ।


