Monday, November 16, 2026
Home ଆଞ୍ଚଳିକ ଜ୍ୟୋତି ହ୍ୟାଣ୍ଡଲୁମ୍ ଲୁଗା ହୋଲସେଲ ଗୋଦାମ ସିଲ୍

ଜ୍ୟୋତି ହ୍ୟାଣ୍ଡଲୁମ୍ ଲୁଗା ହୋଲସେଲ ଗୋଦାମ ସିଲ୍

59

ଜଟଣୀ,୧୯/୬(ଜିଲ୍ଲା ଖବର) : ମହାମାରୀ କୋଭିଡ-୧୯ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ଏକ ହୋଲସେଲ ଲୁଗା ଦୋକାନକୁ ଶୁକ୍ରବାର ସନ୍ଧ୍ୟାରେ ପ୍ରଶାସନ ସିଲ୍‌ କରିଛି। ଜଟଣୀ ରାଜାବଜାର ଜ୍ୟୋତି ହ୍ୟାଣ୍ଡଲୁମ୍ ଲୁଗା ହୋଲସେଲ ଗୋଦାମ ବିଭିନ୍ନ ସମୟରେ କୋଭିଡ ଆଇନକୁ ଉଲ୍ଲଙ୍ଘନ କରି ବ୍ୟବସାୟ କରିଥିଲା । ଲକଡାଉନ ଏବଂ ସଟଡାଉନ ସମୟରେ ଲୁଚାଛପାରେ ଗୋଦାମ ଖୋଲି ବ୍ୟବସାୟ କରୁଥିବା ବେଳେ ପ୍ରଶାସନ ୩ଥର ଚଢଉ କରି ୫ହଜାର ଲେଖାଏଁ ଜୋରିମାନା ଆଦାୟ କରିଥିଲା I ମାତ୍ର ଏହାକୁ ବେଖାତିର ପୁଣି ବ୍ୟବସାୟ ଚଳାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଜଟଣୀଥାନା ଆଇଆଇସି ବିଶ୍ଵରଞ୍ଜନ ସାହୁ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ପ୍ରମୁଖ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଗୋଦାମରେ ଗ୍ରାହକ ଓ କର୍ମଚାରୀଙ୍କ ସମେତ ୧୦୦ରୁ ଅଧିକ ବ୍ୟକ୍ତି ରହିଥିଲେ। ୧୧ଜଣ ଗ୍ରାହକଙ୍କ ଠାରୁ ୫୦୦ଟଙ୍କା ଲେଖାଁଏ ଜୋରିମାନା ଆଦାୟ କରାଯିବା ସହିତ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୋଦାମଟିକୁ ସିଲ୍‌ କରାଯାଇଛି।
ରିପୋର୍ଟ, ସଞ୍ଜୀବ କୁମାର ।