
ନୂଆଦିଲ୍ଲୀ ,୧୯/୦୬/୨୧ (ଜିଲ୍ଲା ଖବର) : ନିଜ ଦମଦାର ଅଭିନୟ ଓ ଅନ୍ଦାଜକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ Kajal Aggarwalଙ୍କ, ଆଜି ଜନ୍ମଦିନ । ୧୯ ଜୁନ ୧୯୮୫ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି ।
ବଲିଉଡ ବ୍ୟତୀତ କାଜଲ, ତେଲଗୁ ଓ ମାଲାୟାଲମ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବଲିଉଡରେ ସେ ବିଶେଷ ପରିଚିତ ହୋଇ ପାରିନଥିଲେ ସତ, କିନ୍ତୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ହେଉଛନ୍ତି ଜଣେ ଜଣାଶୁଣା ସଫଳ ଅଭିନେତ୍ରୀ ।
ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ଅନେକ ବିଜ୍ଞାପନରେ କାମ କରିଥିଲେ । କାଜଲ ବ୍ୟାକଗ୍ରାଉଣ୍ଡ ଡାନ୍ସରରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । କାଜଲ କୁହନ୍ତି ସେ ହିନ୍ଦୀ ଫିଲ୍ମରେ ତ କାମ କରିବେ, କିନ୍ତୁ ତାମିଲ ,ତେଲୁଗୁ ଫିଲ୍ମର କାମ କରିବା କେବେବି ଛାଡିବେ ନାହିଁ । କାହିଁକି ନାଁ ସେଠାରୁ ହିଁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଛି ।
କାଜଲ ୩୦ ଅକ୍ଟୋବର ୨୦୨୦ରେ ଗୌତମ କିଚୁଲୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ସ୍ବାମୀଙ୍କ ସହିତ ଅନେକ ଫଟୋ ସେୟାର କରନ୍ତି , ଯାହାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।





