Sunday, November 15, 2026
Home ଆଞ୍ଚଳିକ ମିଲ୍‌ଖା ସିଂହଙ୍କ ବିୟୋଗରେ ମୋଦିଙ୍କ ଶୋକ

ମିଲ୍‌ଖା ସିଂହଙ୍କ ବିୟୋଗରେ ମୋଦିଙ୍କ ଶୋକ

9

୧୯/୦୬/୨୧ (ଜିଲ୍ଲା ଖବର) : ମିଲ୍‌ଖା ସିଂହଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଯେ, ଦେଶ ଜଣେ ମହାନ କ୍ରୀଡ଼ାବିତ୍ତଙ୍କୁ ହରାଇଲା ।  ଅଗଣିତ ଭାରତୀୟଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମିଲଖା ସିଂହ ।

ତାଙ୍କ ପ୍ରେରଣାଦାୟକ ବ୍ୟକ୍ତିତ୍ବ ପାଇଁ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭଲ ପାଉଥିବା କହିଛନ୍ତି ମୋଦି । କିଛି ଦିନ ତଳେ ମିଲ୍‌ଖା ସିଂହଙ୍କ ସହ କଥା ହୋଇଥିଲେ ମାତ୍ର ଏହା ଶେଷ ବାର୍ତ୍ତାଳପ ହେବ ବୋଲି ଜାଣି ନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଅନେକ କ୍ରୀଡ଼ାବିତ୍ତ ତାଙ୍କ ଜୀବନ ଯାତ୍ରାରୁ ଶକ୍ତି ପାଇବେ । ପରିବାର ସହ ପ୍ରଶଂସକଙ୍କୁ ଟ୍ବିଟ କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।