
ଭୁବନେଶ୍ଵର, ୧୯/୦୬/୨୧ (ଜିଲ୍ଲା ଖବର) : ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଜଣେ ଆଇପିଏସ ଅଧିକାରୀ ଭାବେ ଅନେକ ଗୁରୁତ୍ବପୂର୍ଣ୍ଣ ପବବୀରେ ଥିଲେ ଓ ଓଡ଼ିଶାର ସେବା କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଦେବାଶିଷ ପାଣିଗ୍ରାହୀଙ୍କ ପରିବାରକୁ ଟ୍ବିଟ କରି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।


