
୧୯/୦୬/୨୧ (ଜିଲ୍ଲା ଖବର) : ପ୍ରାୟତଃ ସମସ୍ତେ ଚା’ ପିଇବା ପରେ, ଚା’ପତିକୁ ଫୋପାଡି ଦେଇଥାଆନ୍ତି । ହେଲେ ହୁଏତ ଅନେକ ଲୋକଙ୍କୁ ଜଣାନଥିବ ଯେ, ଚା’ପତିର ମଧ୍ୟ ଅନେକ ଉପଯୋଗିତା ଥାଏ । ଆସନ୍ତୁ ଜାଣିବା ଚା’ପତିର ଉପଯୋଗିତା ସମ୍ପର୍କରେ ।
-ଚା’ପତିର ପାଣି ଭଲ କଣ୍ଡିସନର ଭାବେ କାମ କରିଥାଏ । ଏହି ପାଣିରେ କେଶ ଧୋଇବା ଦ୍ବାରା, କେଶରେ ଚମକ ଆସିଥାଏ ।
-ସାଧାରଣତଃ କୁଣ୍ଡରେ ଲଗା ଯାଇଥିବା ଗଛ ଗୁଡିକରେ ମଝିରେ ମଝିରେ ସାର ଦେବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଏଥିରେ ସାର ବଦଳରେ ଚା’ରେ ବ୍ୟବହାର କରାଯାଇଥିବା ଚା’ପତି ଦେବା ଫଳରେ ଗଛ ଗୁଡିକ ଭଲରେ ବଢିଥାଏ ।
-ଘିଅ ଏବଂ ତେଲ ଡବାକୁ ସଫା କରିବା ପାଇଁ,ଚା’ପତିକୁ ପୁଣି ଥରେ ଫୁଟାଇ, ଏହି ପାଣିରେ ସଫା କରିବା ଦ୍ବାରା, ଏହା ଡବାର ଦୁର୍ଗନ୍ଧ ଦୂର କରିଥାଏ ।
-କ୍ଷତ ସ୍ଥାନରେ ଚା’ପତିର ଲେପ ଦେବା ଦ୍ବାରା, ଏହା ବହୁତ୍ ଲାଭଦାୟକ ହୋଇଥାଏ । ଚା’ପତିକୁ ଫୁଟାଇ ଭଲଭାବେ ଧୋଇବେ । ତାପରେ ଏହାକୁ କ୍ଷତ ସ୍ଥାନରେ ଲଗାଇବା ଦ୍ବାରା, ଏହା ଶୀଘ୍ର ଭଲ ହୋଇଥାଏ ।


