Saturday, November 14, 2026
Home ଆଞ୍ଚଳିକ ସାରୁ ଖାଇବା ଦ୍ବାରା, ଏହି ସବୁ ଲାଭ ମିଳେ

ସାରୁ ଖାଇବା ଦ୍ବାରା, ଏହି ସବୁ ଲାଭ ମିଳେ

9

୧୯/୦୬/୨୧ (ଜିଲ୍ଲା ଖବର) : ସାରୁ ଏକ ଏମିତି ପରିବା, ଯେଉଁଥିରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେବା ସହିତ, ଏଥିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଥାଏ । ଏଥିରେ ଫାଇବର ଏବଂ କାର୍ବାହାଇଡ୍ରେଟ ଭରପୁର ରହିଥାଏ । ଏହା ସହିତ , ଭିଟାମିନ୍’ସି’,’ ଇ’, ଫୋଲେଟ, ମ୍ୟାଗ୍ନେସିୟମ, ଆଇରନ, କପର, ଜିଙ୍କ, ଫସଫରସ, ପୋଟାସିୟମ ଭଳି ଅନେକ ପୋଷକ ତତ୍ବ ଭରି ରଥିଥାଏ । ଯାହା ଶରୀରକୁ ଅନେକ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

-କରୋନା କାଳରେ ଇମ୍ୟୁନିଟି ମଜବୁତ ହେବା ବହୁତ୍ ଜରୁରୀ । ଏଥିରେ ଭିଟାମିନ୍’ସି’ର ଗୁଣ ଭରପୁର ରହିଥାଏ  । ଯାହା ଇମ୍ୟୁନିଟ ମଜବୁତ୍ କରିବାରେ ବେଶ ସହାୟକ ହୋଇଥାଏ । ତେଣୁ ନିଜ ଡାଏଟରେ ସାରୁ ସାମିଲ କରିବା ଆବଶ୍ୟକ ।

-ମୋଟାପଣକୁ ନେଇ ଚିନ୍ତାରେ ଥିଲେ, ଏଥିପାଇଁ ପ୍ରତିଦିନ ସାରୁରୁ ପ୍ରସ୍ତୁତ ଯେକୌଣସି ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ । ଏହା ଖାଇବା ଦ୍ବାରା, ମୋଟାପଣ କମ୍ ହୋଇଥାଏ  । ଏଥିରେ କ୍ୟାଲୋରୀର ମାତ୍ର କମ୍ ଥାଏ । ଯାହା ଓଜନ କମ୍ କରିବାରେ ସାହାଯ୍ୟ କରେ ।

-ଡାଇବେଟିସ ରୋଗୀଙ୍କ ପାଇଁ ସାରୁ ବହୁତ୍ ଲାଭଦାୟକ । ଏହା ସେବନ କରିବା ଦ୍ବାରା ସୁଗାର ଲେବୁଲ କଣ୍ଟ୍ରୋଲ କରିବାରେ ସହାୟକ ହୁଏ ।

-ସାରୁରେ ପ୍ରଚୁର ମାତ୍ରାରେ ଫାଇବରର ଗୁଣ ରହିଥାଏ । ଯାହା ପାଚନ ପାଇଁ  ଉପକାରୀ । ଏହା ସେବନ କରିବା ଦ୍ବାରା, ଗ୍ୟାସ ଏବଂ ବିଭିନ୍ନ ପେଟ ଜନିତ ସମସ୍ୟା ଦୂର ହୋଇଥାଏ ।

-ଆଖି ପାଇଁ ବହୁତ୍ ଉପକାରୀ ସାରୁ । ଏହା ସେବନ କରିବା ଦ୍ବାରା, ଏହା ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରେ ।