Wednesday, November 11, 2026
Home ଆଞ୍ଚଳିକ ଆଜି ହେଉଛି ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ଜନ୍ମଦିନ

ଆଜି ହେଉଛି ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ଜନ୍ମଦିନ

12

ନୂଆଦିଲ୍ଲୀ, ୧୯/୦୬/୨୧ (ଜିଲ୍ଲା ଖବର) : ହିନ୍ଦୀ ଫିଲ୍ମ ସଙ୍ଗେସଙ୍ଗେ ତାମିଲ,ତେଲୁଗୁ,ମଲାୟଲାମ,କନ୍ନଡ ଏବଂ ବଙ୍ଗାଳୀ ଫିଲ୍ମରେ କାମ କରିଥିବା ଆଶିଷ ବିଦ୍ୟାର୍ଥୀଙ୍କ ଆଜି ଜନ୍ମଦିନ । ୧୯ ଜୁନ ୧୯୬୨ ସେ ଜନ୍ମଗ୍ରହଣ କରିଥିଲେ ।

ଅନେକ ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଜଣେ ଭଲ ଅଭିନେତା ହେବା ସଙ୍ଗେସଙ୍ଗେ, ସେ ଜଣେ ଭଲ ମୋଟିଭେସନାଲ ସ୍ପିକର ମଧ୍ୟ ଅଟନ୍ତି । ସେ କେବଳ ଫିଲ୍ମ ପାଇଁ ନୁହେଁ,  ବରଂ ସମାଜ ପ୍ରତି ତାଙ୍କର ଭଲ କାମ ପାଇଁ ମଧ୍ୟ ବେଶ ପରିଚିତ । ଅଭିନେତା ତାଙ୍କ କ୍ୟାରିୟରରେ ସବୁ ଭାଷାରେ ପାଖାପାଖି ୨୩୪ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ସହିତ ସେ ଟେଲିଭିଜନରେ ମଧ୍ୟ କାମ କରନ୍ତି ।   

ତାଙ୍କ ପିତା ଜଣେ ଆର୍ଟିଷ୍ଟ ଥିବାବେଳେ, ମା’ ଜଣେ କଥକ ଡାନ୍ସର ଥିଲେ । ଥିଏଟରୁ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏମିତି ଏକ ସମୟ ଥିଲା,ଯେଉଁ ସମୟରେ ସେ ଥିଏଟରରେ କାମ କରି ବହୁତ୍ ନାଁ କମାଇଥିଲେ  ।  

ଏହାପରେ ସେ କନ୍ନଡ ଫିଲ୍ମ’ଆନନ୍ଦ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ତାପରେ ସେ ବଲିଉଡରେ ବ୍ରେକ ପାଇଥିଲେ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଛନ୍ତି । ନିଜର ଅଭିନୟ ଜାରି ରଖିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।