Monday, November 16, 2026
Home ଆଞ୍ଚଳିକ ଭେଲ ପୁରୀ

ଭେଲ ପୁରୀ

7

ଆବଶ୍ୟକ ସାମଗ୍ରୀ-

ଧନିଆ ପତ୍ର, କଂଚା ଲଙ୍କା, ପୁଦିନା ପତ୍ର, ଅଦା, ଚଣା ଡାଲି, ଲୁଣ, କଳା ଲୁଣ, ଜିରା ପାଉଡର, ଗୋଲମରିଚ, ଭ୍ରୁସଙ୍ଗ ପତ୍ର, କଂଚା ଆମ୍ବ, ବରଫ, ଶୁଖିଲା ଲଙ୍କା, ରସୁଣ, ଖଜୁରୀ, ଗୁଡ, ମୁଢି, ଭଜା ବୁଟ, ଭଜା ଚଣା ଡାଲି, ଭଜା ବାଦାମ, ଭଜା ପାମ୍ପଡ, ସିଝା ଆଳୁ, ଟମାଟୋ, କାକୁଡି, ପିଆଜ, ଝୁରୀ ଭଜା, ଚାଟ୍ ମସଲା, ଲେମ୍ବୁ ରସ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଧନିଆ ପତ୍ର,ପୁଦିନା ପତ୍ର, କଂଚା ଲଙ୍କା,ଅଦା,ଚଣା ଡାଲି,କଳା ଲୁଣ,ଜିରା ପାଉଡର,ଗୋଲମରିଚ ,ଲୁଣ ଏ ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ, ପୁଣି ଥରେ ଧନିଆ ପତ୍ର, ଭ୍ରୁସଙ୍ଗ ପତ୍ର, କଳା ଲୁଣ, କଂଚା ଆମ୍ବ, କଂଚା ଲଙ୍କା, ଅଦା, ଚଣା ଡାଲି, ଲୁଣ ,ବରଫ ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଶୁଖିଲା ଲଙ୍କା, ରସୁଣ, ଜିରା ପାଉଡର, କଳାଲୁଣ ଓ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ ଖଜୁରୀରେ ପାଣି ମିଶାଇ ଭଲଭାବେ ଚକଟି , ତାର ରସ ବାହାର କରିବେ । ତାପରେ ଏହି ରସରେ ଗୁଡ, ଜିରା ପାଉଡର, ଲୁଣ, ଲଙ୍କା ପାଉଡର, ଗୋଲମରିଚ ପାଉଡର  ଓ ସେଥିରେ ଆଉ ଅଳ୍ପ ପାଣି ମିଶାଇ ଗ୍ୟାସରେ ବସେଇ କିଛି ସମୟ  ଫୁଟିବାକୁ ଛାଡିବେ । ଏହା ବହଳିଆ ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ଏହାପରେ ଗ୍ୟାସରେ କଡେଇ ବସେଇ ଶୁଖିଲା ମୁଢି ପକାଇ ହାଲକା ଗରମ କରି ରଖିବେ । ତାପରେ ଏକ ବଡ ପାତ୍ର ନେଇ ସେଥିରେ ମୁଢି, ଭଜା ବୁଟ, ଭଜା ଚଣା ଡାଲି, ଭଜା ବାଦାମ, ଭଜା ପାମ୍ପଡ, ସିଝା କଟା ଆଳୁ, କଟା ଟମାଟୋ, କଟା କାକୁଡି, କଟା ପିଆଜ, ଝୁରୀ ଭଜା, ଚାଟ୍ ମସଲା, ପ୍ରଥମେ ପ୍ରସ୍ତୁତ କରିଥିବା ଶୁଖିଲା ଚଟଣୀ, କଟା ଧନିଆ ପତ୍ର , ଲେମ୍ବୁ ରସ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ପ୍ରସ୍ତୁତ କରିଥିବା ବାକି ଦୁଇଟି ଚଟଣୀ ପକାଇବେ । ତାପରେ, ଗୁଡ, ଖଜୁରୀରୁ ପ୍ରସ୍ତୁତ କରିଥିବା ଚଟଣୀ ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ଭେଲ ପୁରୀ । ଏବେ ଏହାର ମଜା ନେଇ ପାରିବେ ।