
ଭୁବନେଶ୍ଵର, ୧୯/୦୬/୨୧ (ଜିଲ୍ଲା ଖବର) : କିମ୍ବଦନ୍ତୀ ପଦ୍ମଶ୍ରୀ ମିଲଖା ସିଂ ଙ୍କର ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ଵିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ଫ୍ଲାଇଙ୍ଗ୍ ଶିଖ୍’ ତାଙ୍କର କ୍ରୀଡ଼ାରେ ତାଙ୍କର ସଫଳତା ପାଇଁ ସ୍ମରଣୀୟ ହୋଇ ରହିବେ ଏବଂ ଅନେକଙ୍କ ପାଇଁ ପ୍ରେରଣା ଭାବରେ ରହିବେ । ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କୁ ଶ୍ରୀ ପ୍ରଧାନ ସମବେଦନା ଜଣାଇଛନ୍ତି ।


