Thursday, November 12, 2026
Home ଆଞ୍ଚଳିକ ତପୁ ମିଶ୍ରଙ୍କୁ ଆର୍ଥୀକ ସହାୟତା ଲୋଡା

ତପୁ ମିଶ୍ରଙ୍କୁ ଆର୍ଥୀକ ସହାୟତା ଲୋଡା

29

ଭୁବନେଶ୍ବର,୧୮/୦୬/୨୧ (ଜିଲ୍ଲା ଖବର) : ତପୁ ମିଶ୍ର। ଓଡ଼ିଶା ସଙ୍ଗୀତ ଜଗତର ଗୋଟିଏ ଜଣାଶୁଣା ନାଁ। ଅନେକ ହିଟ୍‌ ଗୀତ ଗାଇ ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିବା ତପୁ ଏବେ ଅଡୁଆରେ। ତାଙ୍କୁ ଭଲ କରିବାକୁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି। ଏଥିପାଇଁ ବିଭିନ୍ନ ବର୍ଗର ସେଲିବ୍ରିଟି ତାଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆଙ୍କର ସୁଲଗ୍ନା ରାଉତରାୟ ନିଜ ଫେସବୁକ ପେଜରେ ତାଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ନିବେଦନ କରିଛନ୍ତି। କେବଳ ସୁଲଗ୍ନା ମହାନ୍ତି ନୁହଁନ୍ତି , ତାଙ୍କ ସମେତ ଗାୟକ ଶ୍ରୀଚରଣ ମହାନ୍ତି ଏବଂ ଅନ୍ୟମାନେ ମଧ୍ୟ ନିବେଦନ କରିଛନ୍ତି ।