
୧୮/୦୬/୨୧ (ଜିଲ୍ଲା ଖବର) : ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ରାତିରେ ବିଶେଷ ଥକ୍କାପଣ ଯୋଗୁଁ, ଅନେକ ଲୋକ ନିଜ ତ୍ବଚା ଓ କେଶ ପ୍ରତି ବିଶେଷ ଧ୍ୟାନ ଦେଇ ନଥାନ୍ତି । ଅନେକ ଲୋକ ଠିକ୍ ଭାବେ ତ୍ବଚାରୁ ମେକଅପ ମଧ୍ୟ ଛଡାଇ ନଥାନ୍ତି । ଯାହା ଫଳରେ ତ୍ବଚା ଖରାପ ହୋଇଥାଏ । କେବଳ ତ୍ବଚା ନୁହେଁ ବରଂ କେଶର ମଧ୍ୟ ଉଚିତ୍ ଯତ୍ନ ନେବା ଆବଶ୍ୟକ । ଯେତେ ଥକ୍କି ଥାଆନ୍ତୁ ନାଁ କାହିଁକି, ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କିଛି ବ୍ୟୁଟି ଟିପ୍ସ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ତ୍ବଚାକୁ ଘନ ଏବଂ ଆକର୍ଷଣୀୟ କରିବା ପାଇଁ ରାତିରେ, ପିଆଜ ରସ, ଅଲିଭ ଅଏଲ, ଆଲୋଭେରା ଜେଲକୁ ଏକାଠି ମିଶାଇ, କେଶରେ ଲଗାଇ ମସାଜ୍ କରିବେ । ସପ୍ତାହକୁ ଏହି ଉପାୟ ୨ ରୁ ୩ ଥର ଆପଣାଇ ପାରିବେ ।
-ଅନେକ ଲୋକଙ୍କର ଗୋଇଠି ଫାଟିବା ସମସ୍ୟା ରହିଥାଏ, ଆଉ ଖାସକରି ଦିନବେଳେ ପାଦର ଯତ୍ନ ନେଇ ହୋଇ ନଥାଏ । କାହିଁକି ନାଁ,ଦିନବେଳେ ଚଲାବୁଲା କରିବା କାରଣରୁ ଏହା ସମ୍ଭବ ହୋଇ ନଥାଏ । ତେଣୁ ଏଥିପାଇଁ ପ୍ରତିଦିନ ରାତିରେ, ଆଲୋଭେରା ଜେଲରେ, ଘିଅ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ । ଏହି ମିଶ୍ରଣକୁ ଫଟା ଗୋଇଠିରେ ଲଗାଇ ମାଲିସ୍ କରିବେ । ପରଦିନ ସକାଳେ, ପାଣିରେ ଧୋଇ ସଫା କରିବେ ।
-ତ୍ବଚାକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ ପ୍ରତିଦିନ ରାତିରେ ହଳଦୀ ପାଉଡର, ଆଲୋଭେରା ଜେଲ, ଜୋଜୋବା ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି, ସେହି ମିଶ୍ରଣକୁ ତ୍ବଚାରେ ଲଗାଇବେ । ପରଦିନ ସକାଳେ ତ୍ବଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ବାରା , ତ୍ବଚାରେ ଚମକ ଆସିବା ସହିତ, ତ୍ବଚା ସୁସ୍ଥ ଏବଂ ସୁନ୍ଦର ହୋଇଥାଏ ।


