Home ଅପରାଧ ଜାଲ୍ ସାର୍ଟିଫିକେଟ୍ ଦେଇ ୧୩ ବର୍ଷ ହେଲା ଚାକିରି କରୁଥିଲେ, ଏବେ ଧରାପଡ଼ିଲେ

ଜାଲ୍ ସାର୍ଟିଫିକେଟ୍ ଦେଇ ୧୩ ବର୍ଷ ହେଲା ଚାକିରି କରୁଥିଲେ, ଏବେ ଧରାପଡ଼ିଲେ

8

ମୟୁରଭଞ୍ଜ,୧୮/୦୬/୨୧ (ଜିଲ୍ଲା ଖବର) : ଜାଲ୍ ସାର୍ଟିଫିକେଟ୍ ଦେଇ ୧୩ ବର୍ଷ ହେବ ଚାକିରି କରିଆସୁଥିବା ଅଧ୍ୟାପିକାଙ୍କ ପାଇଁ ବଢିଲା ଅଡୁଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପିକା ଅଭିପସା ପଟ୍ଟନାୟକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ । ଉଚ୍ଚ ଶିକ୍ଷା ବିଭାଗର ଭେରିଫିକେସନରେ ମ୍ୟାଡାମଙ୍କ ଜାଲିଆତି ଧରାପଡିଥିଲା । ଏହାପରେ ତାଙ୍କ ପାଇଁ ବଢିଯାଇଥିଲା ଅଡୁଆ ।

ଖବର ଜଣାପଡ଼ିବା ପରେ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ସହିତ ତାଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ କପ୍ତିପଦା ଉପଖଣ୍ଡକୁ ନିର୍ଦ୍ଦେଶ ଦେଇଥିଲେ । ଅଧ୍ୟାପିକାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଜାଲି ସାର୍ଟିଫିକେଟରେ ଚାକିରୀ କରିବା ସହିତ କଲେଜ ଟଙ୍କାରୁ ଦରମା ଆକାରରେ ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଅଧ୍ୟାପିକା ।

ଅଧ୍ୟାପିକାଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଅଧ୍ୟାପିକାଙ୍କୁ ଖୋଜୁଛି । ଅଭିପସା ପଟ୍ଟନାୟକଙ୍କ ଜାଲିଆତି ଧରାପଡିବା ପରେ ନିଜ ଆଡୁ ଇସ୍ତଫା ଦେଇ କଲେଜରୁ ଛୁ ମାରିଛନ୍ତି ।