
୧୮/୦୬/୨୧ (ଜିଲ୍ଲା ଖବର) : ସାଧାରଣତଃ ଲେମ୍ବୁ ଅନେକ ଲୋକ ବ୍ୟବହାର କରନ୍ତି । ଲେମ୍ବୁ ବ୍ୟବହାର କରିବା ପରେ, ଲେମ୍ବୁ ଚୋପାକୁ ଫୋପାଡି ଦେଇଥାନ୍ତି । ହେଲେ ଆପଣ ଜାଣନ୍ତି କି, ଲେମ୍ବୁ ଚୋପା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ? ହୁଏତ ସମସ୍ତଙ୍କ ଏକଥା ଜଣାନଥିବ । ତେବେ ଆସନ୍ତୁ ଜାଣିବା ଲେମ୍ବୁ ଚୋପାର ସ୍ବାସ୍ଥ୍ୟ ଉପକାରୀତା ସମ୍ପର୍କରେ ।
ଲେମ୍ବୁ ଚୋପାରେ,ଭିଟାମିନ’ଏ’, ‘ସି’, ପୋଟାସିୟମ, କ୍ୟାଲସିୟମ, ଫାଇବର ସମେତ, ଅନେକ ପୋଷକ ତତ୍ବ ଭରି ରହିଥାଏ । ଯାହା ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।
-ଲେମ୍ବୁ ଚୋପାରୁ ବାହାରୁଥିବା ତେଲ ପାଚନ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଏହା ବ୍ୟବହାର କରିବା ଦ୍ବାରା, ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଏହା ଦୂର କରିବାରେ ସାହାଯ୍ୟ କରେ ।
-ଇମ୍ୟୁନିଟି ମଜବୁତ୍ କରିବାରେ ସହାୟକ ହୁଏ ଲେମ୍ବୁ ଚୋପା । ତେଣୁ ପ୍ରତିଦିନ ଲେମ୍ବୁ ଚୋପା ସେବନ କରିବା ଉଚିତ୍ ।
-ଲେମ୍ବୁ ଚୋପା ବ୍ୟବହାର କରିବା ଦ୍ବାରା, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
-କୋଲେଷ୍ଟ୍ରଲ କମ୍ କରିବାରେ ବେଶ ସହାୟକ ହୋଇଥାଏ ଲେମ୍ବୁ ଚୋପା ।
-ମାନସିକ ଚାପରେ ରହୁଥିଲେ, ଏଥିପାଇଁ ଲେମ୍ବୁ ଚୋପା ବହୁତ୍ ଉପକାରୀ ହୋଇଥାଏ । ଏହା ବ୍ୟବହାର କରିବା ଦ୍ବାରା, ମାନସିକ ଚାପ ଦୂର କରିବାରେ ଏହା ସାହାଯ୍ୟ କରେ ।
-ତ୍ବଚା ପାଇଁ ବହୁତ୍ ଲାଭଦାୟକ ଲେମ୍ବୁ ଚୋପା । ଲେମ୍ବୁ ଚୋପାରୁ ପ୍ରସ୍ତୁତ ପ୍ୟାକ୍ , ତ୍ବଚାରେ ବ୍ୟବହାର କରିବା ଦ୍ବାରା , ଏହା ତ୍ବଚାରେ ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରିବା ସହିତ, ତ୍ବଚାକୁ ସତେଜ ରଖିଥାଏ ।
-ଲେମ୍ବୁ ଚୋପାରେ କ୍ୟାଲସିୟମର ମାତ୍ରା ଭରପୁର ରହିଥାଏ । କ୍ୟାଲସିୟମ ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ଲେମ୍ବୁ ଚୋପା ସେବନ କରିବା ଦ୍ବାରା, ଏହା ହାଡକୁ ମଜବୁତ୍ କରିଥାଏ ।


