Wednesday, November 11, 2026
Home ଆଞ୍ଚଳିକ ନ୍ୟୁୟର୍କ ସିଟିର ଟାଇମ୍ସ ସ୍କୋୟାରରେ ଝଲସିଲେ ଏହି ଅଭିନେତ୍ରୀ

ନ୍ୟୁୟର୍କ ସିଟିର ଟାଇମ୍ସ ସ୍କୋୟାରରେ ଝଲସିଲେ ଏହି ଅଭିନେତ୍ରୀ

21

ମୁମ୍ବାଇ, ୧୮/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ନିଜର ଅଭିନୟକୁ ନେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜ ଅଭିନୟର ଜଲଓ୍ବା ଦେଖାଇ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା କରୀନା କପୁର ଟାଇମ୍ସ ସ୍କୋୟାର ନ୍ୟୁୟର୍କରେ ଚମକୁଛନ୍ତି । ସେଠାରେ ଏକ ଲୋକପ୍ରିୟ ଜ୍ବେଲେରୀ ବ୍ରାଣ୍ଡ ପାଇଁ ତାଙ୍କର ବିଜ୍ଞାପନର ଏକ ବିଶାଳ ବିଲବୋର୍ଡରେ  ପ୍ରଦର୍ଶିତ ହେଉଛି ।  

ନିଜ ଇନଷ୍ଟାଗ୍ରାମରେ କରୀନା ଏହାର ଫଟୋ ସେୟାର କରି ଲେଖିଛନ୍ତି ଯେ,‘ବିଲବୋର୍ଡ ହିରା ଏବଂ ସୁନା ପରି ଚମକୁଛି #TimesSquareNYC।  ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଫ୍ୟାନ୍ସମାନେ ଏହାକୁ ବେଶ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।