Wednesday, November 11, 2026
Home ଆଞ୍ଚଳିକ ପୁଅକୁ ଆକର୍ଷଣୀୟ ଉପହାର ଦେଲେ ସୋନୁ ସୁଦ

ପୁଅକୁ ଆକର୍ଷଣୀୟ ଉପହାର ଦେଲେ ସୋନୁ ସୁଦ

20

ନୂଆଦିଲ୍ଲୀ, ୧୮/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ଆରମ୍ଭରୁ ଆଜି ପଯ୍ୟନ୍ତ ଅଭାବୀଙ୍କ ସାହାଯ୍ୟ କରି ଆସୁଛନ୍ତି । ତାଙ୍କ ଠାରୁ ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସେ କେବେ ନିରାଶ କରନ୍ତି ନାହିଁ । ସମସ୍ତଙ୍କ ବିପଦଆପଦର ସାଥି ହୋଇଛନ୍ତି ସୋନୁ ସୁଦ୍ । ତାଙ୍କର ଏହି ମହତ କାମ ପାଇଁ ସେ ଆଜି ଘରେ ଘରେ ବେଶ ପରିଚିତ । ଲୋକେ ତାଙ୍କର ପୂଜା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଏବେ ସୋନୁ ସୁନ୍ ତାଙ୍କ ପୁଅ ଇଶାନ୍ତକୁ ନୂଆ ଲଞ୍ଚ କରାଯାଇଥିବା Mercedes Maybach GLS600 ଗିଫ୍ଟ କରିଛନ୍ତି । ନିକଟରେ ୟୁଟ୍ୟୁବରେ ଏକ ଭିଡିଓରେ ଦେଖିବାକୁ ମିଳୁଛି, ଯେଉଁଥିରେ କାର ଡେଲିଭରି ହେବା ପରେ, ସେ ନିଜ ପିଲାଙ୍କୁ ବାହାରକୁ ବୁଲାଇବାକୁ ନେଇ ଯାଉଛନ୍ତି ।

ପ୍ରକାଶ ଥାଉକି, ସୋନୁ ସୁଦ୍ ଫାଦର୍ସ ଡେ’ ପୂର୍ବରୁ ତାଙ୍କ ପୁଅକୁ ଏହି ଗିଫ୍ଟ ଦେଇଛନ୍ତି ।