
୧୮/୦୬/୨୧ (ଜିଲ୍ଲା ଖବର) : ୧୯୮୬ ବ୍ୟାଚର ଏଜିଏମୟୁଟି କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଓଡିଆ ଅଧିକାରୀ ମନୋଜ କୁମାର ପରିଡାଙ୍କୁ ନୂଆ ଦାୟିତ୍ୱ । ନ୍ୟାସନାଲ ଅଥିରିଟି କେମିକାଲ ୱିପନ୍ସ କନଭେନସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର । ଶ୍ରୀ ପରିଡାଙ୍କ ନିଯୁକ୍ତି ପ୍ରସ୍ତାବକୁ ନିଯୁକ୍ତି ସଂପର୍କିତ କ୍ୟାବିନେଟର ଅନୁମୋଦନ ମିଳିଛି ।
ଶ୍ରୀ ପରିଡା ଡିସେମ୍ବର ୨୦୧୮ରୁ ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ ପ୍ରଶାସକ ଭିପି ସିଂହ ବଦନୌରଙ୍କ ଉପଦେଷ୍ଟା ରୂପେ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କର ସେଠି ଆଉ 8 ମାସ କାର୍ଯ୍ୟକାଳ ଥିଲା । ପୂର୍ବରୁ ସେ ଦିଲ୍ଲୀ ସରକାରରେ ଅନେକ ଗୁରୁତ୍ୱପୁର୍ଣ୍ଣ ପଦରେ ଅବସ୍ଥାପିତ ଥିଲେ । ସେ ଦିଲ୍ଲୀ ସରକାରଙ୍କର ଗୃହ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ତଥା ସହରାଞ୍ଚଳ ବିଭାଗର ପ୍ରମୁଖ ସଚିବ ରୂପେ ଦକ୍ଷତାର ସହ କାର୍ଯ୍ୟନିର୍ବାହ କରିଥିଲେ । ଶ୍ରୀ ପରିଡା ପୁଡୁଚେରିର ମୁଖ୍ୟ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବା ସହିତ ଆଣ୍ଡାମାନ ନିକୋବାର, ଅରୁଣାଚଳ ପ୍ରଦେଶ, ଗୋଆ ଓ ଓଡ଼ିଶାରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସେହିପରି 1987 ମସିହା ତାମିଲନାଡୁର କ୍ୟାଡର ଆଇଏସ ଅଧିକାରୀ ବି ଆନନ୍ଦଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସଚିବ, ପୂର୍ବତନ ସେବାୟତ କଲ୍ୟାଣକାରୀ ଭାବରେ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ସଂଖ୍ୟାଲଘୁ କମିଶନଙ୍କ ସଚିବ ଦାୟିତ୍ୱରେ ଅଛନ୍ତି । 1987 ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡର ଅଧିକାରୀ ରେଣୁକା କୁମାରଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଚିବ ଭାବରେ ନିଯୁକ୍ତ କରାଯାଇଛି । 1988 ପଶ୍ଚିମବଙ୍ଗର କ୍ୟାଡର ଆଇଏସ ଅଧିକାରୀ ଇଣ୍ଡେଭର୍ ପାଣ୍ଡେଙ୍କୁ ମହିଳା ଏବଂ ଶିଶୁ ବିକାଶ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି ।


